କେସିଙ୍ଗା ଏନଏସିରେ ଜବରଦଖଲ ଉଚ୍ଛେଦ

କେସିଙ୍ଗା, (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲା କେସିଙ୍ଗା ଏନଏସିର ୱାର୍ଡ ନଂ ୬ର ତ୍ରିମୂର୍ତି ଛକ ଠାରୁ ଓମ ନଗର ଦେଇ ଟିଟିଲାଗଡକୁ ସଂଯୋଗ ହୋଇଥିବା ରାସ୍ତାର ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଦୀର୍ଘ ଦିନ ଧରି ଏହି ରାସ୍ତା ଉଛେଦ ପାଇଁ ଏନଏସି ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିବାବେଳେ ବର୍ତ୍ତମାନ ଏହା ସାକର ହୋଇଛି। ତ୍ରିମୂର୍ତି ଛକ ଠାରୁ ଓମ ନଗର ଦେଇ ଟିଟିଲାଗଡକୁ ଦୈନିକ ଶହ ଶହ ଗାଡ଼ି ମୋଟର, ଟ୍ରକ, ବୋଲେରୋ, ମୋଟର ସାଇକେଲ ବିଭିନ୍ନ ପ୍ରକାର ଯାନବାହନ ଗମନାଗମନ କରୁଛି। ବହୁବାର ଏନଏନସି ପକ୍ଷରୁ ଜବରଦାଖଲ କରିଥିବା ହିତଧିକାରୀଙ୍କୁ ନୋଟିସ ପ୍ରଦାନ କରାଯାଇ ଥିଲା। ତ୍ରିମୂର୍ତ୍ତି ଛକ ଠାରୁ ଗାୟତ୍ରୀ ନାଗର ଛକ ପର୍ଯ୍ୟନ୍ତ ରାସ୍ତାକୁ ଜେସିପି ଦ୍ଵାରା ଭଙ୍ଗା ଯାଇ ଓସାରିଆ କରାଯାଇଛି। ପୂର୍ବରୁ କେସିଙ୍ଗା ତେଲନଦୀକୁ ସଂଯୋଗ ହୋଇଥିବା ଷ୍ଟ୍ରିଟ୍ ଲାଇଟର ସୈ।ନ୍ଦର୍ଯ୍ୟକରଣ, ସେଲଫି ପଏଣ୍ଟ ଏବଂ ଓପନ୍ ଜିମ୍ ନିର୍ମିତ ହୋଇ ଏହି ରାସ୍ତାର ଗୁରୁତ୍ୱ ବହୁଗୁଣିତ ହୋଇଛି। ପ୍ରତିଦିନ ସକାଳ ସନ୍ଧ୍ୟାରେ ଅନେକ ଲୋକ ବ୍ୟାୟାମ ପାଇଁ ଏହି ରାସ୍ତା ଦେଇ ତେଲନଦୀ କୂଳକୁ ଯାଇଥାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାରମ୍ବାର ସାଧାରଣ ଜନତାଙ୍କ ଅଭିଯୋଗ ପରେ କେସିଙ୍ଗା ଏନଏସି ଦୁଇଟି ଘରର ବେଆଇନ ଭାବେ ନିର୍ମିତ ସୀମା ପ୍ରାଚୀରର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ଏବଂ ଦୁଇଟି ରାସ୍ତାକୁ ଉଛେଦ କରି ସେହି ଅଞ୍ଚଳରେ ଖାଲି ଥିବା ସରକାରୀ ଜମି ଅଧିକାର କରାଯାଇଛି। ସୁଗମ ଟ୍ରାଫିକ ପ୍ରବାହ ଏବଂ ସାଧାରଣ ଜନତାଙ୍କ ସୁବିଧା ପାଇଁ ସିମେଣ୍ଟ ଇଟା କାନ୍ଥକୁ ଭଙ୍ଗା ଯାଇ ସଂକିଣ୍ଣ ରାସ୍ତାକୁ ଓସାରିଆ କରାଯିବା ପାଇଁ ଏହି ଉଛେଦ କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡ଼ିଛି। ଏହି ଉଛେଦ ସମୟରେ କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କର, ଅତିରିକ୍ତ ଆଇଆଇସି ଦୀପାଞ୍ଜଳି ପ୍ରଧାନ, କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.