କବିତା: ପ୍ରଥମ ଦେଖା

Omkar Vasthu
Omkar Vasthu

✒️ତ୍ରିନାଥ ପଟ୍ଟନାୟକ

ପ୍ରଥମ ଦେଖା ଯେ ମିଠା ଅନୁଭୂତି
ପ୍ରେମିକ ଯେ ଏକା ଜାଣେ
ସେ ତ ଅଟେ ଅତି ନିଆରା କିଛି
କ୍ଷଣ ଆଖି ଲାଖି ଯାଏ ପୁଣି ।।

Pearl dental clinic
Near Ashish Medical Store, Bhawanipatna

ପ୍ରେମ ବିନା ନା ମେଣ୍ଟିଛି ଶୋଷ
ପ୍ରେମ ବିନା ଛାର ଏ ଜଗତ
ପ୍ରଥମ ଦେଖାରେ ହୋଇ ଉଠେ
ମଧୁର ସ୍ମୃତି ଉଠେ ଜାଗ୍ରତ ।।

Udyog Nursery
Udyogi Nursery

ପ୍ରଥମ ଦେଖା ଯେ ଥିଲା ଅନେକ
ହସ ଲୁହର କାହାଣୀ
ନା ହୁଏ ଭୁଲି ନା ହୁଏ ସହି ସେ ଯେ
ନିଶବ୍ଦ ସ୍ୱପ୍ନର ବୈତରଣୀ ।।

ଲାଗେ ସତେ ସେଥି ସ୍ନେହ ପ୍ରେମ
ସବୁ ଲାଗେ ମତେ ଆଜି ଅଜଣା
ଦେଖା ତାଙ୍କ ସାଥେ ନୂଆ କିନ୍ତୁ ଅଜାଡି
ଯେ ଦେଲେ କେତେ ସେ ସାନ୍ତ୍ୱନା ।।

ଭଲ ପାଇବା ବନ୍ଧୁ ଯେ ସେ ଏକ
ହୃଦୟ ତାଙ୍କ କାଗଜ କଲମର ଭାବ
ସେ ଦେଲେ ଭରି ଅଜାଡି ସ୍ନେହ ଶ୍ରଦ୍ଧା
ପ୍ରୀତି ପ୍ରଣୟିନୀ ସାଥେ ଦେଖା ମୋ ହେବ ।।

ଗାନ୍ଧୀ ନଗର, କୋରାପୁଟ
ମୋ: ୯୪୩୮୬୨୧୭୨

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.