ମୋବାଇଲ ଓ ଇଣ୍ଟରନେଟର ଅପବ୍ୟବହାର ରୋକିବା ପାଇଁ ସ୍ୱାମୀ ଶ୍ରୀ ଜଗଦାନନ୍ଦଙ୍କ ସଚେତନତା କାର୍ଯ୍ୟକ୍ରମ

କୋକସରା, (ହିରଣ୍ୟ ବେହେରା): ଆଧୁନିକ ଯୁଗରେ ମୋବାଇଲର ଅପବ୍ୟବହାର ସମାଜ ଉପରେ ଗଭୀର ପ୍ରଭାବ ପକାଉଛି।ମୋବାଇଲର ଅପବ୍ୟବହାର ଶିକ୍ଷା, ସଂସ୍କୃତି, ସଂସ୍କାର ଓ କୂଳାଚାର ପାଇଁ ଘାତକ ସାଜୁଛି। ମୋବାଇଲ ଫୋନର ଉଚିତ ବ୍ୟବହାର ମଙ୍ଗଳକାରୀ ହୋଇଥିବା ବେଳେ ଅନୁଚିତ ବ୍ୟବହାର ଯେମିତି ନହେବ ସେଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ। ମୋବାଇଲ ଫୋନ ଓ ଇନଟରନେଟର ଅପବ୍ୟବହାର ସାଇବର ଅପରାଧ, ହତ୍ୟା, ଲୁଣ୍ଠନ, ଠକାମୀ, ବ୍ୟଭିଚାର ପରି ଅନେକ ସଂଗୀନ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଆମପାଣି ନିକଟସ୍ଥ ପାତ୍ରବସା ଠାରେ ଆୟୋଜିତ ଏକ ସଚେତନ ସମାବେଶରେ କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ  ଯୁବକ ମାନଙ୍କୁ ଆହ୍ୱାନ କରିଥିଲେ।ପୁଣି ଜଗଦାନନ୍ଦଜୀ କହିଥିଲେ ବଞ୍ଚି ଥାଇ ଥାଇ ଏମିତି କାର୍ଯ୍ୟ କରିବା ଯାହା ପରବର୍ତ୍ତୀ ସମୟରେ ଦୁଃଖ ଦେବ ନାହିଁ। ଅଞ୍ଚଲରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଥିବାରୁ  ଏହି ଅବସରରେ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଏବଂ ଜନ ସାଧାରଣ ସେବାରେ ନିୟୋଜିତ ବ୍ୟାଙ୍କ ମ୍ୟାନେଜର ବିନୟ ଭୁଷଣ ପ୍ରଧାନଙ୍କୁ ଶ୍ରୀ ଜଗଦାନନ୍ଦଜୀ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଦେବାନନ୍ଦ, ପ୍ରିୟାନନ୍ଦ, ମାଧବାନନ୍ଦ, ଗିରିଧାରୀ ମିଶ୍ର, ତନୁକଲାଲ ନାଗ, ଉତ୍ତମ କୁମାର ପଣ୍ଡା ଓ ସ୍ଥାନୀୟ ଯୁବକ ଯୁବତୀ ଓ ଆଧ୍ୟାତ୍ମିକ ପ୍ରେମୀ ଉପସ୍ଥିତି ଥିଲାବେଳେ ଜିତୁ ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୋନୁ ଭାଇ ଏହି ସୁନ୍ଦର ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଓ କାଳୀକୃଷ୍ଣ ମେଳା ଆୟୋଜନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.