ଲାଞ୍ଜିଗଡ଼, (ଦୁଃଖିଶ୍ୟାମ ନାଗ): ବିଶ୍ଵନାଥପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଲାଞ୍ଜିଗଡ଼ ବ୍ଲକର କାର୍ଯ୍ୟରତ ଆଶାକର୍ମୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵନାଥପୁର ପଞ୍ଚାୟତ ଏକ ନମ୍ବର ଓ୍ଵାର୍ଡ ଆଶାକର୍ମୀ ବିଚିତ୍ରା ନାଏକଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ବୈଠକରେ ପଶ୍ଚିମ ଓଡ଼ିଶା ସଭାନେତ୍ରୀ ପଙ୍କଜିନୀ ନାଏକ, ସଭ୍ୟା ସୁବାସିନୀ ଦୁର୍ଗା, କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ ଶାନ୍ତି ମାଝୀ, ସଂପାଦିକା ରାଜଶ୍ରୀ ସେଠି ପ୍ରମୁଖ ଉପସ୍ଥିତ ରହି ଲାଞ୍ଜିଗଡ଼ ବ୍ଲକର ନୂତନ ଆଶାକର୍ମୀ ସଂଘ ଗଠିନ କରିଥିଲା।
ସର୍ବସମ୍ମତିକ୍ରମେ ଲାଞ୍ଜିଗଡ଼ ଆଶାକର୍ମୀ ସଂଘର ସଭାନେତ୍ରୀ ଭାବେ ଲକ୍ଷ୍ମୀ ବାଗ, ସଂପାଦିକା ପଙ୍କଜିନୀ ବାଣୁଆ, କୋଷାଧ୍ୟକ୍ଷା ବିଚିତ୍ରା ନାଏକଙ୍କୁ ଚୟନ କରାଯାଇଥିଲା। ଚୟନ ପ୍ରକିୟା ସମାପ୍ତି ପରେ ଏକ ଶୋଭାଯାତ୍ରାରେ ଆଶାକର୍ମୀମାନେ ବିଶ୍ଵନାଥପର ଡାକ୍ତରଖାନାକୁ ଯାଇ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୧୬ବର୍ଷଧରି ସ୍ଵାସ୍ଥ୍ୟ ବିଭାଗ ସହିତ କାର୍ଯ୍ୟକାରି ଆସିବା ସତ୍ତ୍ଵେମଧ୍ୟ ଅନୁକମ୍ପା ମୁଳକ ଦରମା ବୃଦ୍ଧି କରିବା, ସ୍ଥାୟୀ ନିଯୁକ୍ତି ଦେବା ଓ ଦୁଇ ବର୍ଷଧରି କୋରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ଉତ୍ସର୍ଗ କରି ସେବା ସମୟରେ ପିପିକୀଟରୁ ବଞ୍ଚିତ କରିବା, ପାଖାପାଖି ୬୫ହଜାର ଆଶାକର୍ମୀଙ୍କୁ ଅଣଦେଖା କରିବା ଭଳି ଅଭିଯୋଗ ସହିତ କୋରୋନା ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ନକରିବା ପ୍ରମୁଖ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କାଞ୍ଚନ ନାଏକ, କଳ୍ପନା ପ୍ରଧାନ, ପ୍ରମିଳା ବେହେରା, ଭାରତୀ ଦୋରାଙ୍କ ସମେତ ଲାଞ୍ଜିଗଡ଼ ବ୍ଲକର ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ।