ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

କଳାହାଣ୍ଡି, (ନରୋତ୍ତମ ସେଲମା): ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଆନୁକୂଲ୍ୟରେ କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତର ସିଶାଖାଲ ଠାରେ ଦୁଇ ଦିନ ଧରି ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଜୀବନ ଜୀବିକା ମିଶନ କର୍ଲାମୁଣ୍ଡା ବ୍ଲକ ଭାରପ୍ରାପ୍ତ କାର୍ଯ୍ୟକ୍ରମ ପରିଚାଳକ ଲଳିତ କୁମାର ବିଶି, ଗ୍ରାମ୍ୟ କୃଷିକର୍ମୀ ଲୋକନାଥ ନାଗ, ଆଇସିଡିଏସ କର୍ମୀ ଯଶୋବନ୍ତି ସାହୁ, ଚନ୍ଦ୍ରମା ତାଣ୍ଡି, ବ୍ଲକସ୍ତରୀୟ ଗ୍ରାମ ବିକାଶ ଫେଡରେଶନର ଲିଡର ଦ୍ରୋଣ ସାହୁ, ନନ୍ଦିକିଶୋର ମାଝୀ, କୃଷି ଉତ୍ପାଦକ ଦଳର ସଭ୍ୟା ନିଳେନ୍ଦ୍ରୀ ସାହୁ, ଆକାଶୀ ମାଝୀ, ଦିବ୍ୟ କାନ୍ତି ସାହୁ, ନିକିତା ନାଗ, ନଳିନୀ ମାଝୀ, ବରିଷ୍ଠ ଚାଷୀ ଛିନୁ ମାଝୀ, ପନିପରିବା ଚାଷୀ ସୂର୍ଯ୍ୟ ରାମ ସାହୁ, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ, ଭାଗିରଥି ଷଡ଼ଙ୍ଗୀ ପ୍ରମୂଖ ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ।

Omkar Vasthu
Omkar Vasthu


ଅନ୍ୟ ମାନଙ୍କ ମଧ୍ୟରେ ମହିଳା ଚାଷୀ ମୁକ୍ତାଦେଇ ସାହୁ, ଦେବକୀ ହରିଜନ ଜୈବିକ ପଦ୍ଧତିରେ ପାଇଥିବା ସଫଳତା ବିଷୟରେ ନିଜ ନିଜର ଅଭିଜ୍ଞତାରୁ କହିଥିଲେ। ସଫଳ ଚାଷୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଚାଷୀ ଲଳିତ ସାହୁ, ଚନ୍ଦ୍ରମଣି ମାଝୀ, ବାମଦେବ ସାହୁ, ଶ୍ୟାମ ଲାଲ ମାଝୀ, ହେମନ୍ତ ସାହୁ, ଭୁପିନ୍ଦର ସାହୁ, କ୍ଷୀରବଧି ସାହୁ, ଋଷିମଣୀ ସାହୁ, ତୀର୍ଥ ରାଜ ସାହୁ, ଉତ୍ତମ ସାହୁ, ମିଥୁନ ନାଗ, ଶମ୍ଭୁ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଜୀବର୍ଦ୍ଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.