ଲେଖନୀର ଅଗ୍ନିଶିଖା ପତ୍ରିକାର ସ୍ଵନକ୍ଷତ୍ର ଦିବସରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ଦିଲେଶ୍ଵର ମିଶ୍ର

କେସିଙ୍ଗା, (ମଧୁସୂଦନ ଠାକୁର): ପାକ୍ଷିକ ପତ୍ରିକା ଲେଖନୀର ଅଗ୍ନିଶିଖା ର ପ୍ରଥମ ସ୍ଵନକ୍ଷତ୍ର ଦିବସ ସମାରୋହରେ ସମ୍ବର୍ଦ୍ଧିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗାର ସାମ୍ବାଦିକ ଦିଲେଶ୍ବର ମିଶ୍ର। ବ୍ରହ୍ମପୁର ସରକାରୀ ବ୍ୟବସାୟିକ ଅଡିଟୋରିୟମଠାରେ ଆୟୋଜିତ ଉକ୍ତ ସ୍ଵନକ୍ଷତ୍ର ଦିବସ ସମାରୋହରେ ନିମନ୍ତ୍ରୀତ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ଲୋକକବି ପଦ୍ମଶ୍ରୀ ହଳଧର ନାଗ, ମୁଖ୍ୟ ଅତିଥି ଶ୍ରୀରାମ ଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଖାରବେଳ ସ୍ବାଇଁ, ସମ୍ମାନୀତ ଅତିଥି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସମେତ ଅଗ୍ନିଶିଖାର ସଂପାଦକ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଦିଲେଶ୍ଵର ମିଶ୍ରଙ୍କୁ ଯୁବ ସାମ୍ବାଦିକ ଭାବରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କବୟତ୍ରୀମାନେ ନିଜ ନିଜ କବିତା ପାଠ କରିଥିଲେ। ଏହାସହ କଳାକାରମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.