ଉତ୍କଳ ଆଲୁମିନା କମ୍ପାନୀର ବିଷ ବଳୟରେ ଦିମୁଣ୍ଡି ଗ୍ରାମବାସୀ : ବିସ୍ଥାପିତ କରିବା ଦାବିରେ ଭୁବନେଶ୍ୱର ପିଏମଜିରେ ଦେଉଛନ୍ତି ଧାରଣା

ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଜିଲ୍ଳାପାଳଙ୍କ ପ୍ରତିଶୃତି

ରାୟଗଡା,୫/୩ : ଶିଳ୍ପର ପ୍ରଗତି ଦେଶର ପ୍ରଗତି । ତେବେ ଶିଳ୍ପାନୁଷ୍ଠାନ ଗୁଡିକର ପ୍ରଦୁଷଣ ବଳୟ ଭିତରେ ଆସୁଥିବା ଗ୍ରାମଗୁଡିକକୁ ବିସ୍ଥାପିତ କରିବା ପାଇଁ ଯେଉଁ ବିସ୍ଥାପିତ ଓ ଥଇଥାନ (ଆର ଆର ପଲିସି) ନିୟମ ରହିଛି ତାହାକୁ ଉଭୟ କମ୍ପାନୀ ଓ ପ୍ରଶାସନ ତଥା ସରକାର ନ ଶୁଣିଲେ ଗ୍ରାମବାସୀମାନେ ଯିବେ କୁଆଡେ । ଏପରି ଏକ ସମସ୍ୟା ଭିତରେ ଦୀର୍ଘ ବର୍ଷ ଧରି ପଡି ରହିଛି ରାୟଗଡ ଜିଲ୍ଳା କାଶିପୁର ବ୍ଳକର ଦିମୁଣ୍ଡି ଗ୍ରାମ ।

Omkar Vasthu
Omkar Vasthu

ଆଦିତ୍ୟ ବିରଲା ଗୃପର ହଜାର ହଜାର କୋଟି ଟଙ୍କା ବ୍ୟୟରେ ଗଢି ଉଠିଥିବା ଉତ୍କଳ ଆଲୁମିନା କମ୍ପାନୀର ପ୍ରଦୁଷଣର କଳା ବାଦଲର ଆବଦ୍ଧରେ ରହି ଯାଇଛି ଦିମୁଣ୍ଡି ଗ୍ରାମ । ତେବେ ନିଜ ଗ୍ରାମକୁ ଏକ ସୁସ୍ଥ ପରିବେଶ ଓ ସମସ୍ତ ମୈାଳିକ ଅଧିକାର ସହ ଗଢି ତୋଳିବା ପାଇଁ ଦିମୁଣ୍ଡି ଗ୍ରାମକୁ ବିସ୍ଥାପିତ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରି ଆସୁଥିଲେ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି କମ୍ପାନୀ କି ଜିଲ୍ଳା ପ୍ରଶାସନ । ଯାହାକୁ ନେଇ ଗତ ଫେବୃୟାରୀ ୨୮ତାରିଖ ଠାରୁ ଭୁବନେଶ୍ୱରର ପିଏମଜି ଠାରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ପାଇଁ ଯାଇଛନ୍ତି ଦିମୁଣ୍ଡି ଗ୍ରାମବାସୀ । ଏତେ ଗୁଡାଏ ପରିବାର ନିଜ ସାଥିରେ ନେଇ ଯାଇଛନ୍ତି ନିଜର ପିଲାଛୁଆଁଙ୍କୁ ।

Pearl dental clinic
Near Ashish Medical Store, Bhawanipatna

ଏହି ଗ୍ରାମବାସୀଙ୍କ ଧାରଣାର ମୁଖ୍ୟ ପ୍ରସଙ୍ଗକୁ ନେଇ ମୁଖ୍ୟ ଶାସନ ସଚିବ ରାୟଗଡା ଜିଲ୍ଳାପାଳଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ପାଇଁ ଗ୍ରାମର କିଛି ପ୍ରତିନିଧିଙ୍କୁ ଜଣାଇଥିଲେ ଏବଂ ଜିଲ୍ଳାପାଳଙ୍କୁ ପଦକ୍ଷେପ ନେବା ପାଇଁ କହିଥିବା ଗ୍ରାମର ପୁରୁନଧର ନାୟକ, ଶଙ୍କର୍ଷଣ ନାୟକ, ପିତବାସ ନାୟକ, ପୁରୁନ୍ଧର ଝୋଡିଆ, ଖୁଦମଣି ନାୟକ, କାଂଚନ ଝୋଡିଆ, ଧର୍ଯ୍ୟମଣି ନାୟକ ପ୍ରମୁଖ ଗତ ଦୁଇ ଦିନ ତଳେ ମାର୍ଚ୍ଚ ୩ତାରିଖରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ବାସ ଭବନ କାର୍ଯ୍ୟାଳୟରେ ସାକ୍ଷାତ କରିବା ପାଇଁ ଆସିଥିବା ବେଳେ ପ୍ରକାଶ କରିଛନ୍ତି ଏବଂ ଉପଜିଲ୍ଳାପାଳଙ୍କୁ ଗ୍ରାମକୁ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ପାଇଁ ପଠାଯିବ ବୋଲି ଜିଲ୍ଳାପାଳ କହିଥିବା ସେମାନେ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ଉତ୍କଳ ଆଲୁମିନା କମ୍ପାନୀର ନିଷ୍ପାସିତ ବିଭିନ୍ନ ଗ୍ୟାସ ତଥା ଦ୍ରବ୍ୟମାନ ଦିମୁ୍ଣ୍ଡି ଗ୍ରାମର ପରିବେଶକୁ ବିଶେଷ ଭାବରେ କୁପ୍ରଭାବ ପକାଉଛି ଫଳରେ ଏଠାର ଜଳ ଏବଂ ବାୟୁ ଦୂଷିତ ହେବାରେ ଲାଗିଛି ଏବଂ ଏଠି ଜୀବନ ବଂଚିବାରେ ପ୍ରତିକୂଳ ପ୍ରଭାବ ପକାଉଛି । ଯଦ୍ୱାରା ଏଠାର ସବୁଜମୟ ପରିବେଶ ଧୂଳିଧୂସର ପାଲଟି ଗଲାଣି । ଦୂଷିତ ବାୟୁ ଯୋଗୁଁ ଗ୍ରାମବାସୀ ମାନେ ବିଭିନ୍ନ ଶ୍ୱାସଜନୀତ ଓ ଚର୍ମଜୀନତ ରୋଗରେ ପୀଡିତ ହୋଇଥିବା ବେଳେ ଅଧିକାଂଶ ଏହି ରୋଗରେ ମୃତ୍ୟୁବରଣ କରି ସାରିଲେଣି । ତେବେ ପରିତାପର ବିଷୟ ଗ୍ରାମବାସୀ ବ୍ୟବହାର କରୁଥିବା ଶ୍ମଶାନ ଓ ଶୈାଚ ପାଇଁ ବ୍ୟବହାର ହେଉଥିବା ପୋଖରୀ, ଜଳାଶୟ ଇତ୍ୟାଦିକୁ କମ୍ପାନୀ ନିଜ ଅକ୍ତିଆରରେ ନେଇ ସେଠାରେ ମଧ୍ୟ କାରଖାନା ପ୍ରତିଷ୍ଠା କରିଥିବା ବେଳେ ଗୃହପାଳିତ ପଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ଗୋଚର ଜମିକୁ ମଧ୍ୟ ଛଡେଇ ନେଇଥିବା ଉଲ୍ଳେଖ କରିଛନ୍ତି ନିଜ ଦାବିପତ୍ରରେ ।

ଏପରିକି ସରକାରଙ୍କ ଠାରୁ ଅନୁମତି ଆଣି କମ୍ପାନୀ ତାର ଦ୍ୱିତୀୟ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିସାରିଲାଣି ଯାହାକି ଉକ୍ତ ଗ୍ରାମବାସୀଙ୍କ ପାଇଁ ଅନ୍ୟ ଏକ ବିଷାକ୍ତ ପରିବେଶ ସୃଷ୍ଟି କରିଛି । ଆଗାମୀ ଦିନରେ ଦିମୁଣ୍ଡି ଗ୍ରାମର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ପୋକମାଛି ଭଳି ମୃତ୍ୟୁ କରିବେ ବୋଲି ମଧ୍ୟ ଉଲ୍ଳେଖ ରହିଥିବା ବେଳେ ବିଗତ ୨୦୧୨ ମସିହାରେ କରାଯାଇଥିବା ଚୁକ୍ତିରେ ସିଧାସଳଖ ଭାବେ ପ୍ରଦୁଷଣ ହେଲେ ଗ୍ରାମକୁ ବିସ୍ଥାପିତ କରାଯିବ ବୋଲି ଉଲ୍ଳେଖ ରହିଥିଲେ ସୁଦ୍ଧା ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କମ୍ପାନୀ ଏବଂ ଯଥାଶୀଘ୍ର ଏହି ଗ୍ରାମବାସୀଙ୍କୁ ବିସ୍ଥାପିତ ନ କରାଗଲେ ଭୁବନେଶ୍ୱରର ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟ ହେବୁ ବୋଲି ଶଙ୍କରଶଣ ନାୟକ ଓ ପୁରୁନ୍ଧର ନାୟକ ଓ ଅନ୍ୟ ପ୍ରତିନିଧିମାନେ ପ୍ରକାଶ କରିଛନ୍ତି ।

ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ଦିମୁଣ୍ଡି ଗ୍ରାମବାସୀଙ୍କ ସମସ୍ୟା ସଂପର୍କରେ ଆମ ପ୍ରତିନିଧି ପଚାରି ବୁଝିବାରୁ ସେ ଉପଜିଲ୍ଳାପାଳଙ୍କୁ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତ ସୁବିଧା ଓ ଅସୁବିଧା ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଭୁବନେଶ୍ୱରରେ ବସିଥିବା ଧାରଣାରୁ ଓହରି ଆସିବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି ଏବଂ ରାୟଗଡରେ ଉଭୟ ପକ୍ଷଙ୍କୁ ନେଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଠା କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି ସୂଚନା ଆଇନ ଅଧିକାର ବଳରେ ମଗାଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି ଯେ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ଦୁଇଟି ଗ୍ରାମବାସୀଙ୍କୁ ଡି.କରଳ ଓ ଦିମୁଣ୍ଡି ଗ୍ରାମ ନିକଟରେ ଆର.ଆର.କଲୋନୀ ନିର୍ମାଣ କରାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.