ଭାରତ ବନ୍ଦ : ସଇଁତଲା – ବରଗାଁ ଠାରେ ଜାରି ରହିଛି ବନ୍ଦ ପାଳନ

ସଇଁତଲା/ବଲାଂଗିର : ଆଜି ମାର୍ଚ୍ଚ ୫ ରେ ଦେଶ ସାରା ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବାବେଳେ ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ ବରଗାଁ ଠାରେ ରାଜପଥ ୨୬କୁ ମିଳିତ ଭାବରେ ଦଳିତ, ଆଦିବାସୀ, ପଛୁଆବର୍ଗ, ଅଳ୍ପସଂଖ୍ୟକ ଓ ଅନ୍ୟ ଗରିବ ସମୁଦାୟ  ‘ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି’ ଆନୁକୂଲ୍ୟରେ ଏହି ବନ୍ଦରେ ସାମିଲ ହୋଇଛନ୍ତି ।
ବନ୍ଦ ର ୩ ଟି ମୁଖ୍ୟ କାରଣ ହେଉଛି –
୧ ) ୧୦ ଲକ୍ଷ ଆଦିବାସୀ ଲୋକଙ୍କୁ ଜମି ଠାରୁ ବିତାଡିତ କରିବା ମୁଖ୍ୟ ନ୍ୟାୟାଳୟ ର ବିଚାର ବିରୋଧରେ ।
୨ ) ୧୩ ପଏଣ୍ଟ ରୋଷ୍ଟର ବିରୋଧରେ, ଯାହା ଫଳରେ ବହୁସଂଖ୍ୟକ ଦଳିତ, ଆଦିବାସୀ ଓ ପଛୁଆବର୍ଗ ବିଶ୍ୱବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କୁ ପଢେଇବାରେ ବଂଚିତ ହେଇଯିବେ ।
୩ ) ୧୦ ପ୍ରତିଶତ ସାଧାରଣ ବର୍ଗର ଲୋକଙ୍କୁ ଆରକ୍ଷଣ ଦିଆଯିବା ବିରୋଧରେ, ଯାହା କେବଳ ବ୍ରାହ୍ମଣ ଓ ଅନ୍ୟ ଶୋଷଣ କାରି ଜାତିର ଲୋକଙ୍କୁ ଲାଭ ମିଳିବ, ଯେଉଁମାନେ ଜନସଂଖ୍ୟା କ୍ଷେତ୍ର ରେ ୧୦ ପ୍ରତିଶତ ରୁ ବି କମ, ଆଉ ଯେତେବେଳେ ଜନଗଣନା ହେଇନାହିଁ ।

Omkar Vasthu
Omkar Vasthu

ଏହି କାର୍ଯ୍ୟ କ୍ରମରେ ବେଣୁଧର ବଗର୍ତ୍ତୀ,ସଭାପତି ଭାରତ ମୁକ୍ତିମୋର୍ଚ୍ଚା ବଲାଙ୍ଗୀର, ଖୁସିରାମ ଯାନୀ,ସଭାପତି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ଡମ୍ବରୁଧର କୁମ୍ଭାର, ଜିଲ୍ଲା ସଂଯୋଜକ NAPF, ରାଜିନ୍ଦ୍ର ଭୋଇ, ସଇଁତଲା ବ୍ଲକ ସଂଯୋଜକ ବହୁଜନ କ୍ରାନ୍ତି ମୋର୍ଚ୍ଚା, ତପିଧର କୁମ୍ଭାର, SC, ST ସଂଗଠନ ସଇଁତଲା, କନ୍ଧ ସମାଜ ସଇଁତଲା, ଯାଦବ ସମାଜ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ଦୁର୍ବାଦଳ ରଣା, କଳିଙ୍ଗ ଭୋଇ, ଟଙ୍କଧର ଭୋଇ, ବିନୟ ମହାକୁର, ହେମନ୍ତ ରଣା ପ୍ରମୁଖଙ୍କ ସହ ଜନସାଧାରଣ ସହଯୋଗ କରି ବନ୍ଦ ପାଳନକୁ ସଫଳ କରୁଛନ୍ତି । ଖବର ଲେଖାଜିବା ପର୍ଯ୍ୟନ୍ତ ଗାଡି ମୋଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବାସହ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଆଜି ସଂଦ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna
ସ୍ୱତନ୍ତ୍ର ପ୍ରତନିଧି ଡି.ଜି. ପ୍ରଧାନୀ ଓ ବଲାଂଗିର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ଯୋଶୀଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.