କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା

କଳାହାଣ୍ଡି,୫/୩ : ଭାରତୀୟ ସଂସ୍କୃତି ପରମ୍ପରା ଓ ଧାର୍ମିକ ଚିନ୍ତା ଚେତନାରେ ଭଗବାନ ଶିବ ଶଙ୍କରଙ୍କ ନାମ ଉର୍ଧରେ ରହିଛି । ଶିବଙ୍କର ଅନେକ ନାମ ଓ ଅନେକ ପର୍ବ ପର୍ବାଣୀ ଥିବାବେଳେ ମହାଶିବ ରାତ୍ରୀ ହେଉଛି ଶୈବ ଧର୍ମାବଳମ୍ବି ମାନଙ୍କ ମୂଖ୍ୟ ପର୍ବ ଏହି ଦିନ ଶିବ ମନ୍ଦିର ମାନଙ୍କରେ ଜାଗର ବ୍ରତର ଆୟୋଜନ କରାଯାଇଥାଏ । ଶିବଙ୍କ ମହିମା ଗାୟନରେ ମୂଖରିତ ହୋଇଛି ଅନେକ ଶାସ୍ତ୍ର ପୁରାଣ । ଉତ୍କଳିୟ ସଂସ୍କୃତିରେ ମହାଦେବଙ୍କ ପୂଜାର୍ଚନା କେଉଁ ସମୟରୁ ଆରମ୍ଭ ହୋଇଛି ତା’ର ନିର୍ଭୁଲ ଉପସ୍ଥାପନା କରାଯାଇ ପାରିନାହିଁ । ଓଡିଶାର କୋଣ ଅନୁକୋଣରେ ଶୈବ ଧର୍ମର କିର୍ତିରାଜି ରହିଥିବାବେଳେ ପଶ୍ଚିମ ଓଡିଶା ସମେତ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅନେକ ପୁରାତନ ଶିବ ମନ୍ଦିର ରହିଛି ।

Omkar Vasthu
Omkar Vasthu

ମହାଶିବରାତ୍ରୀ ଉପଳକ୍ଷେ ଉତ୍ସବ ମୂଖର ହୋଇଉଠିଛି ପୁରପଲ୍ଲୀ । ଜିଲ୍ଲାର ବିଭିନ୍ନ ମଠ ମନ୍ଦିରରେ ଶିବରାତ୍ରୀ ଓ ଜାଗର ଯାତ୍ରା ସବୁ ପାଳିତ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ନାମ ସଂକିର୍ତନ୍ୟ ଓ ମେଳା ଚାଲିଛି । ସୋମବାର ବ୍ରାହ୍ମ ମୂହୂର୍ତରୁ ମନ୍ଦିର ମାନଙ୍କରେ ପ୍ରବଳ ଭିଡ ପରିଳକ୍ଷିତ ହୋଇଥିଲା । ଭକ୍ତମାନେ ନଡ଼ିଆ, କଦଳୀ , ବେଲପତ୍ର , ଅରଖଫୁଲ, ଅରୁଆ ଚାଉଳ , ଓ ବିଭିନ୍ନ ପ୍ରକାର ଫୁଲ ଫଳ ଧରି ଭୋଳାନାଥ ଙ୍କ ଲିଙ୍ଗରେ ଅର୍ପଣ କରି ଜଳ ଓ ଦୁଧ ଅର୍ପଣ କରିଥିଲେ । ବିଭିନ୍ନ ଶୈବପୀଠରେ ଜନସାଧାରଣ ମାନଙ୍କ ପାଇଁ ଭୋଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସନ୍ଧ୍ୟାରେ ଜାଗର ଆରମ୍ଭ ହୋଇ ରାତିରେ ମହାଦୀପ ଉଠିବାସହ ଆଜି ବ୍ରାହ୍ମ ମୁହୂର୍ତରେ ମହାଶିବରାତ୍ରୀ ବ୍ରତ ସମାପନ ହୋଇଛି ।

Pearl dental clinic
Near Ashish Medical Store, Bhawanipatna

ଧର୍ମଗଡର ଶ୍ରୀ ଶ୍ରୀ ଧବଳେଶ୍ବର ପିଠ, କୁସୁମ ଖୁଣ୍ଟି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ , ମୂଷାପାଲି ଗୁପ୍ତେଶ୍ଵର ପିଠ, ଚନାମୁଣ୍ଡା ଧବଳେଶ୍ଵର ପିଠ, ବେହେରାଗୁଡ଼ା ବାଲୁଙ୍କେଶ୍ବର , ଭାଲୁଚୁଆ, ଭବାନୀପାଟଣା , ଜୁନାଗଡ, ଜୟପାଟଣା , ଗୋଲାମୁଣ୍ଡା , କେସିଙ୍ଗା , ତଥା ସହର ଓ ବିଭିନ୍ନ ଗ୍ରାମାଞ୍ଚଳର ସମସ୍ତ ଶୈବପୀଠ ମାନଙ୍କରେ ମହାଆଡମ୍ବର ରେ ମହାଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଟିତ ହୋଇଯାଇଛି ।

Udyog Nursery
Udyogi Nursery

ସେହିପରି ଜିଲ୍ଲାର ପ୍ରାଚୀନ ଶୈବ ପିଠ ବେଳଖଣ୍ଡି ଧବଳେଶ୍ବର ମହାଦେବ, ଦାଦପୁର ନୀଳକଣ୍ଠେଶ୍ବର ମହାଦେବ, ଦେବଗିରି ମଠ ବୁଢୀପଦରର କାଶିବିଶ୍ବନାଥ ମହାଦେବ, ନର୍ଲା, ସର୍ଗିଗୁଡା, କେରାଣ୍ଡିଖୁଣ୍ଟି, ଉଲିକୁପା, ଭିମକେଲା, ସରିଆଁ, ମାଣ୍ଡେଲ, ଦେପୁର, ଶାନ୍ତପୁର, ଛତିକୁଡା, ଖମପଡା, କର୍ମେଗାଁ, ବିଲାଟ  କେସିଙ୍ଗାର ମଶାଣିବନ୍ଧ, କୋକସରାର କୁସୁମଖୁଣ୍ଟି, ଲାଂଜିଗଡର ବିଶ୍ବନାଥପୁର ଅଞ୍ଚଳ,

କେଗାଁ ଥାନା କରଞ୍ଜକୋଟ ନିକଟସ୍ଥ ରାମେଶ୍ବର ସ୍ବାମୀ, କର୍ଲାମୁଣ୍ଡା ବ୍ଲକର ରିଂଜା, ପୁଟିଗାଁ, କୁଶୁର୍ଲା, କର୍ଲାମୁଣ୍ଡା, ଖଲିଆପାଲି, ବଡଡୁଙ୍ଗରିଗୁଡା, ରେଙ୍ଗାଲି, ମ ରାମପୁରର ରାମେଶ୍ବର ମହାଦେବ, ଉଲିକୁପା, ମୋହନଗିରୀ ଆଦି ବିଭିନ୍ନ ସ୍ଥାନରେ ଶିବରାତ୍ରୀ ଓ ଜାଗରଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାତିରେ ବିଭିନ୍ନ ଶୈବପୀଠ ମାନଙ୍କରେ ସାସ୍କୃତିକ କାର୍ଯ୍ୟକ୍ରମ ସବୁର ଆୟୋଜନ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ସ୍ଵତନ୍ତ୍ର ପ୍ରତିନିଧି ଲୋଚନ ପୋଡ, ନିରଞ୍ଜନ ଗଉଡ ଓ ଧର୍ମଗଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.