ମହମ୍ମଦ ଅସଲମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ଦିବଂଗତ ସାମ୍ବାଦିକ ମହମ୍ମଦ ଅସଲମଙ୍କ ସ୍ମୃତିରେ ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ଇନ୍ ସଭାଗୃହଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ଟି ବ୍ଲକର ସଂଘୀୟ ସଦସ୍ୟ ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ସ୍ବର୍ଗତ ଅସଲମଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu


ସଭାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଭବାନୀଶଙ୍କର ନିଆଲ, ସମାଜସେବୀ ପ୍ରମୋଦ ଖମାରି, କଳାହାଣ୍ଡି ଜିଲ୍ଲା ସମାଜ ପ୍ରତିନିଧି ବିଜୟ ଦ୍ବିବେଦୀ, ଓଟିଭି କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରାଜକୁମାର ସଂଦେଓ, ବଣିକ ସଂଘ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ସାହୁ, ନିତିଦିନ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନମୋହନ ପଧାନ, ସକାଳ ଦୈନିକ ଖବରକାଗଜର ଜିଲ୍ଲା ପ୍ରତିନିଧି ସ୍ବାଧିନ ପାତ୍ର,

Pearl dental clinic
Near Ashish Medical Store, Bhawanipatna


ପ୍ରମେୟ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ସଂଦେଓ, ପ୍ରଜାବାର୍ତ୍ତା ଦୈନିକ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁନୀଲ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂଦେଓ, ଜିଲ୍ଲା ଉପ ସଭାପତି ଲିଙ୍ଗରାଜ ମିଶ୍ରଙ୍କ ସମେତ ସାମ୍ବାଦିକ ସୁଶିଲ କୁମାର ବାଗ, କୈଳାସ ସାହୁ, ଅଭିରାମ ନନ୍ଦ, ରଞ୍ଜନ କୁମାର ମହାନ୍ତି,

Udyog Nursery
Udyogi Nursery

ପରେଶ କୁମାର ନାଏକ, ଏମ.ଚନ୍ଦ୍ରଶେଖର, କ୍ଷମାନିଧି ମହାକୁଡ଼, ରମେଶ ନାଏକ, ସୁଶାନ୍ତ କୁମାର ଦଳେଇ, ଅଞ୍ଜନ ମିଶ୍ର, ପୋଲିସ କର୍ମଚାରୀ ପ୍ରକାଶ ସାଗର ପ୍ରମୁଖ ଉପସ୍ଥିତ ରହି ଦିବଂଗତ ସାମ୍ବାଦିକ ମହମ୍ମଦ ଅସଲମଙ୍କ ସ୍ମୃତି ଚାରଣ କରିଥିଲେ।


ସ୍ବର୍ଗତ ଅସଲମ ପ୍ରମେୟ ନ୍ୟୁଜ-୭ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ଉପାନ୍ତ ଅଞ୍ଚଳର ସମସ୍ୟାକୁ ନିଜ ଗଣମାଧ୍ୟମରେ ପ୍ରସାରଣ କରି ସେ ସାରା ରାଜ୍ୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ଜଣେ ନିର୍ଭିକ ଓ ନିଷ୍ପକ୍ଷ ସାମ୍ବାଦିକ ଭାବରେ ସ୍ବର୍ଗତ ଅସଲମ କଳାହାଣ୍ଡିର କୋଣ ଅନୁକୋଣରେ ସୁପରିଚିତ ଥିଲେ।

ଅସହାୟ ଜନତାଙ୍କ ସ୍ବରକୁ ନିଜ ଖବର ମାଧ୍ୟମରେ ପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ ସେ ଅହରହ ସଂଗ୍ରାମରତ ଥିଲେ। ତାଙ୍କ ଅକାଳ ବିୟୋଗ ସାମ୍ବାଦିକତା କ୍ଷେତ୍ର ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ପ୍ରଭୂତ କ୍ଷତି ପହଞ୍ଚାଇଛି ବୋଲି ସଭାରେ ମତପ୍ରକାଶ ପାଇଛି।


ସ୍ୱର୍ଗତ ଅସଲମଙ୍କ ନାମରେ ପ୍ରତିବର୍ଷ ଏକ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ୟୁନିୟନର ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ଘୋଷଣା କରିଥିଲେ। ଶେଷରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.