କୋରାପୁଟରେ ନୂଆକରି ବ୍ୟାଙ୍କ ଅଫ ମହାରାଷ୍ଟ୍ର ଉଦଘାଟିତ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଆଜି କୋରାପୁଟ ସହର ଗୁଣ୍ଡିଚା ମନ୍ଦିର ରାସ୍ତାରେ ନୂଆ କରି ଜିଲ୍ଲା ତଥା ସହରରେ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରର ଏକ ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଏହା ଭୁବନେଶ୍ବର ଜୋନର ୨୦ତମ ଶାଖା ବୋଲି ଜଣାପଡିଛି । ଏହି ବ୍ୟାଙ୍କ ଘର ଋଣ ବାବଦକୁ ଶତକଡା ୬ ଓ କାର ଋଣ ୬.୮, ସୁନା ଋଣ ଶତକଡ଼ା ୭ରେ ପ୍ରଦାନ କରୁଛି ଯାହାକି ଅନ୍ୟ ବ୍ୟାଙ୍କ ତୁଳନାରେ କମ ଏହି ବ୍ୟାଙ୍କର ସୁଧାହାର ଅନ୍ୟ ବ୍ୟାଙ୍କ ତୁଳନାରେ କମ ଥିବା କର୍ତୁପକ୍ଷ ପ୍ରକାଶ କରିଛନ୍ତି । ଆଜିର ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋରାପୁଟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାୟକ ଯୋଗ ଦେଇ ଗ୍ରାହକ ମାନେ ହିଁ ଭଗବାନ ଏବଂ ଗ୍ରାହକ ମାନଙ୍କୁ ଉତ୍ତମ ବ୍ୟବହାର ବ୍ୟାଙ୍କର ବ୍ୟବସାୟ ବଢ଼ାଇବା ସହ ଲୋକପ୍ରିୟ ହୋଇ ପାରିବ ବୋଲି କହିଥିଲେ । ସେହିପରି ଉପ ଜୋନାଲ ପରିଚାଳକ ଭୁବନେଶ୍ୱର ଶଶାଙ୍କ ଶେଖର ସାହୁ ଯୋଗ ଦେଇ ବ୍ୟାଙ୍କ ଦୀର୍ଘ ୮୭ ବର୍ଷର ଓ ଏହାର ଇତିହାସ ବିଷୟରେ ବର୍ଣ୍ଣନା କରିବା ସହ ଭାରତ ସରକାରଙ୍କଠାରୁ ଗ୍ରାହକ ସେବା କ୍ଷେତ୍ରରେ ପୁରସ୍କୃତ ହୋଇ ଆସୁଛି ବୋଲି କହିଥିଲେ । ଏହି ଅଞ୍ଚଳ ର ଅଧିବାସୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ସହ ମିଶି କାର୍ଯ୍ୟ କରିବ ବୋଲି କହିଥିଲେ। ବ୍ୟାଙ୍କ ଶାଖା ପରିଚାଳକ ସ୍ୱାତି ପ୍ରକାଶ ମଲିକ ବ୍ୟାଙ୍କ ଅଫ ମହାରାଷ୍ଟ୍ର କୋରାପୁଟ ବାସୀଙ୍କ ସହିଯୋଗ କାମନା କରୁଛି ବୋଲି କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାହକ ଭାବେ ପ୍ରଦୀପ କୁମାର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.