କନିଷ୍ଠ ରେଡ଼ କ୍ରସ ଶାଖା ଗଠିତ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋଟପାଡ଼ ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମିରିଗୁଡା ଓ ଓଡିଶା ଆଦର୍ଶ ବିଦ୍ୟାଳୟ କୋଟପାଡ଼ ଠାରେ ଜୁନିୟର ରେଡ଼ କ୍ରସ ଶାଖା ଗଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜୁନିୟର ରେଡ଼ କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା ଜୁନିୟର ରେଡ଼ କ୍ରସ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରୁ କ୍ରିୟାଶୀଳ କରିବା ନିମନ୍ତେ କୋଟପାଡ଼ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡ଼, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋଟପାଡ଼, ଜେ.ଇ .ଏଲ. ସି. ଉଚ୍ଚ ବିଦ୍ୟାଳୟ କୋଟପାଡ଼, ସରକାରୀ ଉଚ୍ଚ ବିଦ୍ୟାଳୟ ଢ଼ମଣାହାଣ୍ଡି ,ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମିରିଗୁଡା ଏବଂ ଆଦର୍ଶ ବିଦ୍ୟାଳୟ କୋଟପାଡ଼ ପରିଦର୍ଶନକରି ବିଦ୍ୟାଳୟର ଜୁନିୟର ରେଡ଼ କ୍ରସ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ନୂତନ ଭାବେ ଗଠିତ ହୋଇଥିବା ବିଦ୍ୟାଳୟମାନଙ୍କରେ କିଭଳି ବିଦ୍ୟାଳୟ ଜୁନିୟର ରେଡ଼ କ୍ରସ କମିଟି ଗଠନ ହେବ ସେ ବିଷୟରେ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରାଇଥିଲେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

କୋଟପାଡ଼ ବ୍ଲକର ଜୁନିୟର ରେଡ଼ କ୍ରସ ସଂଯୋଜକ ଶରତ କୁମାର ସାହୁ ମଧ୍ୟ ବ୍ଲକ ରେ କିପରି ରେଡ଼ କ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶଦାତାମାନଙ୍କୁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀମାନେ ସେବାରୂପୀ ମନ୍ତ୍ରରେ ଉଦବୁଦ୍ଧ ହୋଇ ରେଡ଼ କ୍ରସର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ଚିନ୍ତାଧାରା, ବିବେକ ଓ ବ୍ୟକ୍ତିତ୍ବ, ସଂଯମତା ଏବଂ ଏକାଗ୍ରତାର ବିକାଶ ଘଟାଇବା ସହିତ ଚରିତ୍ର ଗଠନର ସୁଯୋଗ ପାଇପାରିବେ ବୋଲି ଉପରୋକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନେ ମତବ୍ୟକ୍ତ କରିଥିଲେ। ଜୁନିୟର ରେଡ଼ କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନେ ରେଡ଼ କ୍ରସ କାର୍ଯ୍ୟକ୍ରମକୁ ନିଜ ନିଜ ବିଦ୍ୟାଳୟରେ ତ୍ୱରାନ୍ୱିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.