ଜେକେ କାଗଜ କଳ ତରଫରୁ ମଲଟି ସ୍ପେଶାଲିଷ୍ଟ ମାଗଣା ସ୍ୱାସ୍ଥ୍ୟ ଶିବିର

● ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଜେକେ କାଗଜ କଳ ତରଫରୁ ଆଜି ସ୍ଥାନୀୟ ସିଏଫଓ ପୁୁରୁଣା କାର୍ଯ୍ୟାଳୟରେ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଂଟନ ନିମନ୍ତେ ଏକ ମଲଟି ସ୍ପେଶାଲିଷ୍ଟ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା’ ଉଦଘାଟନ କରିଥିଲେ । ବିଶାଖାପାଟଣାର ଏମଭିପି କଲୋନୀରେ ଥିବା ମେଡିକଭର ହସ୍ପିଟାଲର ମେଡିସିନ୍ ବିଶେଷଜ୍ଞ ଡାକ୍ତର ଶ୍ରବନ୍ତି, କ୍ୟାନସର ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର, ହୃଦରୋଗ ବିଶେଷଜ୍ଞ ଡାକ୍ତର ରାମପ୍ରସାଦ, ଗ୍ୟାସଟ୍ରୋକୁଟ୍ରୋଲୋଜିଷ୍ଟ ବିଶେଷଜ୍ଞ ଡାକ୍ତର ସୁନୀଲ ଏବଂ ଅସ୍ଥି ବିଶେଷଜ୍ଞ ଡାକ୍ତର ବିନୟଙ୍କ ସମେତ ହସ୍ପିଟାଲର ଅନ୍ୟ ଷ୍ଟାଫ୍‌ଙ୍କ ଉପସ୍ଥିତିରେ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟମାନେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

Omkar Vasthu
Omkar Vasthu


ଜେକେ ପେପର ମିଲ୍‌’ର ମୁଖ୍ୟ ମେଡିକଲ ଅଧିକାରୀ ଡାକ୍ତର କେ. ଶ୍ରୀକାନ୍ତ ଶିବିର ପରିଚାଳନାରେ ସଂଯୋଜନା କରିଥିବା ବେଳେ ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ, ହରିହର ଖମାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ଶିବିରରେ ୭୧ଜଣ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ବିଶେଷ କରି ରକ୍ତଚାପ, ମଧୁମେହ ପରୀକ୍ଷା ସହ ଇସିଜିର ବ୍ୟବସ୍ଥା କରାଯିବା ସହ ମାଗଣା ଔଷଧ ବଂଟନ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ନିଜ ସାମ୍ବଦିକତା ଜୀବନରେ ସାମ୍ବାଦିକମାନେ ଖବର ସଂଗ୍ରହ ନିମନ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ନ ପାରିବା ସହ ନିଜ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ମଧ୍ୟ ସମୟ ଦେଇ ପାରୁ ନ ଥିବାରୁ ସାମ୍ବାଦିକ ତଥା ତାଙ୍କ ପରିବାର ବର୍ଗଙ୍କୁ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଚିକିତ୍ସା କରାଇବା ଓ ତାଙ୍କୁ ମାଗଣାରେ ଔଷଧ ବଂଟନ କରିବାର ଅଭିପ୍ରାୟ ନେଇ ଜେକେ କାଗଜ କଳ ପକ୍ଷରୁ ବିଭିନ୍ନ ସମୟରେ ଏପରି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଉଛି ନେଇ ଲୋକ ସଂପର୍କ ଅଧିକାରୀ ଶ୍ରୀ ନାଥ ପ୍ରକାଶ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.