କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଜୟପୁର ସ୍ଥିତ ସମ୍ବାଦ ସାହିତ୍ୟିଘରର ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଅଛି। ସଭାପତି ହରିହର କରସୁଧା ପଟ୍ଟନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ଯାଦବ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ମଦନ ମୋହନ ନାୟକ ଓ ସମ୍ପାଦକ ଯଜ୍ଞଶ୍ୱର ପଣ୍ଡା ମଞ୍ଚାସୀନ ଥିଲେ। ଏହି ଅବସରରେ କେକ କାଟିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମ୍ବାଦର ସମ୍ପାଦକ ତଥା ସମ୍ବାଦ ସାହିତ୍ୟିଘର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ଭାଷା, ସାହିତ୍ୟି ଓ ସଂସ୍କୃତିର ବିକାଶ ପାଇଁ ନେଇଥିବା ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପକୁ କାର୍ଯ୍ୟକ୍ରମରେ ଭୁୟସୀ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କାଙ୍କ ମାର୍ଗଦର୍ଶନ ଯୋଗୁଁ ଆଜି ଜୟପୁର ସମ୍ବାଦ ସାହିତ୍ୟିଘର ୧୦ ବର୍ଷରେ ସଫଳତାର ସହ ପାଦ ଦେଇଥିବା ସଭ୍ୟମାନେ କହିଥିଲେ। ଜୟପୁର ସମ୍ବାଦ ସଂସ୍କରଣର ତତ୍କାଳୀନ ଶାଖା ମୁଖ୍ୟ ପରିଚାଳକ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱ ଯୋଗୁଁ ରାଜ୍ୟରେ ପ୍ରଥମ ପୁରସ୍କାର ପାଇଥିବା କଥା ସ୍ମୃତିଚାରଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସହ ସମ୍ପାଦକ ଅଶୋକ ମହାରଣା ଅତିଥି ଆମନ୍ତ୍ରଣ କରିଥିବା ବେଳେ କଵିତା ସାହୁ ପ୍ରାରମ୍ଭିକ ସଂଗୀତ ଗାନ ଓ ସଂଗଠନ ସମ୍ପାଦକ ଅଶୋକ କୁମାର ପଲେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ବାଦର ନଗର ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ, ଆକାଶବାଣୀ ଅବସରପ୍ରାପ୍ତ ଉଦଘୋଷକ ଉଦୟ ଶଙ୍କର ଜାନୀ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ପ୍ରମୋଦ କୁମାର ରାଉଳ, ବୈରାଗୀ ଚରଣ ସାହୁ ସନ୍ତୋଷ କୁମାର ସାହୁ, ସଂଯୋଜିକା ଭାବଚନ୍ଦ୍ରିକା ଦେବୀଙ୍କ ସମେତ ସଭାପତି, ସମ୍ପାଦକ, ସହ ସମ୍ପାଦକ, ଉପଦେଷ୍ଟା,ସଂଗଠନ ସମ୍ପାଦକ ପ୍ରମୁଖ ସମ୍ବାଦ ସହିତ୍ୟଘରକୁ ନେଇଥିବା ଅନେକ ଅନୁଭୂତିକୁ ପ୍ରକାଶ କରିଥିଲେ। ଏହି ଅବସରରେ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଓ ଅଶୋକ ମହାରଣା ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଶେଷରେ ସଂଗଠନ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।