କୁସୁମଖୁଣ୍ଟି, ରେଙ୍ଗାଲପାଲି, ଝାରବନ୍ଧ ଓ ମୁସାପାଲିରେ ମହାଶିବରାତ୍ରୀ

କୋକସରା,୫/୩: କୋକସରା ବ୍ଳକର ବିଭିନ୍ନ ସ୍ଥାନରେ ପ୍ରବଲ ଉସ୍ଛାହ ଓ ଉଦ୍ଧିପନା ର ସହିତ ମହୀଶିବରାତ୍ରୀ ଓ ଜାଗର ଯାତ୍ରା ସମାପନ ହୋଇଛି, କୁସୁମଖୁଣ୍ଟି ଓ ରେଙ୍ଗାଳପାଲି ସ୍ଥିତ ନିଳକଣ୍ଠେଶ୍ବର, ଝାରବନ୍ଦ କାଲେଶ୍ବର, ମୂଷାପାଲି ଗୁପ୍ତେଶ୍ବର ପିଠରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା ସମାପନ ହୋଇଯାଇଛି ।

Omkar Vasthu
Omkar Vasthu

ମହାଶିବରାତ୍ରୀ ଅବସରରେ ଶ୍ରୀଶ୍ରୀ ନିଳକଣ୍ଠେଶ୍ବର ମହାଦେବ ପିଠରେ ଅଷ୍ଟପ୍ରହର ନାମଜଜ୍ଞର  ଆୟୋଜନ ହୋଇଥିଲା । ସିମାଞ୍ଚଲ ସତପଥୀ ଓ ତାଙ୍କ ଧର୍ମ ପତ୍ନୀ ସୀମା ଦେବୀ ନାମଜଜ୍ଞର କର୍ତ୍ତା ଦାଇତ୍ବ ତୁଳାଇଥିଲେ । ବୈଦିକ ରିତିନୀତିରେ ପୂଜାକାର୍ଯ୍ୟ ସମାପନ ହୋଇଥିଲା ଓ ଏଥିରେ ହଜାର ହଜାର ଭକ୍ତଙ୍କର ସମାଗମ ଦେଖିବାକୁ ମିଲିଥିଲା।

Pearl dental clinic
Near Ashish Medical Store, Bhawanipatna

ପରିଚାଲନା କାର୍ଯ୍ୟରେ, ସୁଭେନ୍ଦୁ କୁମାର ସାହୁ, ଧୃବଚରଣ କୁମାର, ରାହାସ ବିହାରୀ ପଟ୍ଟନାୟକ, ବିଶିକେଷନ ନାଏକ, ପ୍ରଦୀପ ପ୍ରଧାନୀ, କୁସୁମଖୁଣ୍ଟି ଯୁବ ଅନୁଷ୍ଠାନର ସଂପାଦକ ହିରଣ୍ୟ ବେହେରା , କୋଷାଦ୍ଧ୍ୟକ୍ଷ ମହେନ୍ଦ୍ର ବେହେରା(ମଣି), ତପନ ବେହେରା, ତୁଲାରାମ ବେହେରା, ତପନ ରାଠୋଡ, ଧବଲେ ଡେଞ୍ଜର, ଦିଲୁ, ଭୀମ, ଶ୍ରୀକାନ୍ତ, ବୃନ୍ଦା, ମୁନା, ଉମା, ଚୁଟି, ବିକ୍କି, ପ୍ରଦୀପ ପ୍ରମୁଖ ସହଯୋଗ କରିଥିଲେ।

Udyog Nursery
Udyogi Nursery

କୋକସରାରୁ ହିରଣ୍ୟ ବେହେରା ଓ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.