ରାୟଗଡ ବିଜୁ ଜନତା ଦଳ ତରଫରୁ ୧୦୩ ତମ ବିଜୁ ଜନ୍ମ ବାର୍ଷିକୀ ପାଳନ

ରାୟଗଡ,୫/୩ : ରାୟଗଡ ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜନ୍ମ ବାର୍ଷିକୀ ପାଳନ ହୋଇଯାଇଛି । ରାୟଗଡ ସହରର ନୂଆ ବସଷ୍ଟାଣ୍ଡକୁ ଲାଗି ରହିଥିବା ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନ ପରିସରରେ ଥିବା ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

Omkar Vasthu
Omkar Vasthu

ଏହି ଅବସରରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁବାବୁଙ୍କ ଆଦର୍ଶ ଓ ଜୀବନ କାହାଣୀ ଉପରେ ଆଲୋକପାତ କରାଇବା ସହ ଆଜିଠାରୁ ଆରମ୍ଭ ହୋଇଥିବା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମାଧ୍ୟମରେ ନବୀନ ସରକାରଙ୍କ ଶାସନର ବିଭିନ୍ନ ଯୋଜନାରେ ସମସ୍ତ ରାଜ୍ୟବାସୀ ଉପକୃତ ହୋଇଥିବା ବେଳେ ଘର ଘର ବୁଲି ଲୋକଙ୍କ ମତ ଗ୍ରହଣ କରାଯିବ ଏବଂ ତାଙ୍କ ମତକୁ ରାଜ୍ୟ ସରକାରଙ୍କୁ ପଠାଯାଇ ଚଳିତ ବର୍ଷର ନିର୍ବାଚନ ଇସ୍ତାହାରରେ ତାହା ସ୍ଥାନ ପାଇବ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ଏହି ଜୟନ୍ତି ପାଳନ କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ ଲାଲବିହାରୀ ହିମିରିକା,ରାଜ୍ୟ ସାଧାରଣ ସଂପାଦକ ଜଗଦିଶ ପାତ୍ର, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝି, ବ୍ରଜ ସୁନ୍ଦର ନାୟକ, ବିନାୟକ କର, ସତ୍ୟ ପାଢୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.