ସ୍ବେଛାସେବୀ ସଂଗଠନ ସନ୍ଧାନ ପକ୍ଷରୁ ଦକ୍ଷତା ବୃଦ୍ଧି ଓ ନଥିପତ୍ର ଲିଖନ ତାଲିମ ଶିବିର

ନର୍ଲା, (ନିରଞ୍ଜନ ଗଉଡ଼): ରାଜ୍ୟ ସରକାର ମହିଳା ସଶକ୍ତିକରଣ ଯୋଜନାରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ନାବାର୍ଡ ସହାୟତାରେ ସ୍ବେଛାସେବୀ ସଂଘଠନ ‘ସନ୍ଧାନ’ ଦ୍ୱାରା ମହିଳା ମାନଙ୍କୁ ନେଇ ଦକ୍ଷତା ବିକାଶ ଓ ନଥିପତ୍ର ଲିଖନ ଉପରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu


ନର୍ଲା ବ୍ଲକ ବେହେରପାଟି ସ୍ଥିତ ସନ୍ଧାନ କାର୍ଯ୍ୟାଳୟର ସଭା ଗୃହରେ ଆୟୋଜିତ ଏହି ତାଲିମ ଶିବିରରେ ବ୍ଲକର ତୁଲାପଡା, ଭାନପୁର ଓ ବାଗପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ର ୫୦ଜଣ ମହିଳାଙ୍କୁ ନିୟମିତ ବୈଠକ, ନିୟମିତ ସଂଚୟ, ନିୟମିତ ଋଣ ପ୍ରଦାନ ଓ ପରିଶୋଧ, ନିୟମିତ ଖାତାପତ୍ର ଲିଖନ ସହ ସାହିତ୍ୟ, ସ୍ୱାସ୍ଥ୍ୟ, ଗ୍ରାମପଞ୍ଚାୟତ ସହ ଯୋଗାଯୋଗ, ସରକାରୀ ଯୋଜନାରୁ ଲାଭ ଓ ସରକାରଙ୍କ ଦୀର୍ଘ ସ୍ଥାୟୀ ଜୀବିକା ବିକାଶ ଉପରେ ତାଲିମ ଦାତା ମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ତାଲିମ ପ୍ରଦାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ନାବାର୍ଡର ଡ଼ିଡ଼ିଏମ ମଳୟ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ ଶିବିରକୁ ଉଦଘାଟନ କରିଥିବା ବେଳେ ଲିଡ଼ ବ୍ୟାଙ୍କ ମେନେଜର ଶ୍ରୀଯୁକ୍ତ ସିଂ ସମ୍ମାନିତ ଅଥିତି ଭାବେ ଯୋଗ ଦେଇ ଥିଲେ । ତାଲିମ ଦାତା ଭାବେ ଇ-ଶକ୍ତି କାର୍ଯ୍ୟକ୍ରମ ପରିଚାଳକ ସତ୍ୟନାରାୟଣ ଦାସ, ମିଶନ ଶକ୍ତିର ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ, ସନ୍ଧାନ ସଂଘଠନର ସଭାପତି ପ୍ରମୋଦ କୁମାର ବାଗ, ସମ୍ପାଦକ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ତାଲିମ ପ୍ରଦାନ ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ବେଛାସେବୀ ପିତାମ୍ବର ଗଉଡ଼ ସହଯୋଗ କରିଥିବାବେଳେ ଶେଷରେ ଅନୁଷ୍ଠାନର ସମ୍ପାଦକ ଅଶ୍ୱିନୀ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.