କବିତା: ଚିତ୍ରିତ ବାସ୍ନା

✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ଶୀତ ର କବିତା ରେ
ମିତ ବସିଚି ସଜଡ଼ା କଢ଼ ॥
ଗହନ ରଙ୍ଗ ର ପ୍ରୀତି ରେ
ଦୋଳି ଖେଳୁଚି ମନ ର ଚଢ଼େଇ
ଏବେ ଏବେ ଖୋଜୁଚି
ନୀଳ ଚିଠି ର ଚିତ୍ରିତ ମହକ ।
ରାଜଜେମା ର କବରୀ ରେ
ବହଳ ହେଉଚି ଶୀତ
କୋମଳ ପ୍ରଲେପ ରେ
ଆଂକି ହେଇ ଯାଉଛି
ଏତେ ବଡ଼ ଜହ୍ନରାତି ର ଭାଷା !!!

କୋଲନରା,ରାୟଗଡ଼ା ଜିଲ୍ଲା
ମୋ: ୮୯୧୭୩୨୪୫୨୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.