କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ ସ୍ମାରକୀ ନାଟ୍ୟ ସଂସ୍ଥା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟରଶ୍ମୀ ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ଆସନ୍ତା ୨୪ରୁ ୨୭ ତାରିଖ ଯାଏଁ ଅନୁଷ୍ଠିତ କରିବାକୁ ଧାର୍ଯ୍ୟ କରାଯାଇଛି । ଏହିି ମହୋତ୍ସବରେ ସ୍ମାରକୀ ନାଟ୍ୟ ସଂସ୍ଥା ଭବାନୀପାଟଣାର ନାଟକ “ଅକ୍ସିଜେନ”, ବୀରଭୂମି ସାଂସ୍କୃତି ବାହିନୀ କୋଲକାତାର ବଙ୍ଗଳା ନାଟକ “ବେହୁଲା ଲକ୍ଷ୍ମୀଧର”, ଶତାବ୍ଦୀର କଳାକାରର ନାଟକ “ବାଞ୍ଛାର ବଗିଚା” ଏବଂ ବିହାନ ଡ୍ରାମା ୱାର୍କସ୍ ଭୋପାଳର ହିନ୍ଦୀ ନାଟକ “ରୋମିଓ ଜୁଲିଏଟ ଇନ୍ ସ୍ମାର୍ଟସିଟି ଅଫ୍ କଣ୍ଟେପରାରୀ ଇଣ୍ଡିଆ” ପରିବେଷିତ ହେବ । ଏଥିରେ ବିଶିଷ୍ଟ ନାଟ୍ୟକାର, ଅଭିନେତା ସୋହନଲାଲ ଅଗ୍ରୱାଲ, ବରିଷ୍ଟ ଅଭିନେତା ନିମାଇଁ ପାଣି, ଅଭିନେତା ଦେବୀପ୍ରସାଦ ରଥ, ଅଭିନେତା ରିୟାଜ ଖାନ୍ ଓ ଯୁବ ଅଭିନେତା ସୌରଭ ମହାପାତ୍ର ପ୍ରମୁଖଙ୍କୁ ବର୍ଗାନୁଯାୟୀ ୫ ପିଢିର ନାଟ୍ୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବ ବୋଲି ସ୍ମାରକୀ ସମ୍ପାଦକ ଆଶୁତୋଷ ପୁରୋହିତ ପ୍ରକାଶ କରିଛନ୍ତି । ଏଥିରେ ସୌରଭ ମହାପାତ୍ର, ରାମେଶ୍ଵର ତ୍ରିପାଠୀ, ତଥାଗତ ମିଶ୍ର, ଅନୁରାଗ ଦାସ, ଆଲୋକ ସାହୁ, ଲିପ୍ସା ମହାରଣା, ପୁଷ୍ପାଞ୍ଜଳି ଦୀପ, ପ୍ରଜ୍ଞା ପାରମିତା ନାୟକ, ଗୋପୀ ନାୟର, ଶାଳିନୀ ମହାପାତ୍ର, ଆଦ୍ୟାଶା ବେହେରା, ପ୍ରତ୍ୟୁଷ ପାତ୍ର, ଶୁଭମ ବେହେରା, ସୌମ୍ୟ ରଞ୍ଜନ ଜେନା, ଲିପ୍ସାରାଣୀ ବାରିକ, ସସ୍ମିତା ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।