ଟିଟିଲାଗଡ ବିଜେଡି ପାଳନ କଲା ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜନ୍ମ ଦିବସ 

ଟିଟିଲାଗଡ,୫/୩ : ଟିଟିଲାଗଡ ଠାରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜନ୍ମ ଦିବସ ପାଳନ ହୋଇଯାଇଛି । ଟିଟିଲାଗଡ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବିଧାୟିକାଙ୍କ ସହିତ ବହୁ ବିଜେଡି କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ବାହାରି ଥାନା ଛକ ଠାରେ ପହଞ୍ଚିଥିଲେ ଓ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ବିଧାୟିକା ଶ୍ରୀମତୀ ଟୁକୁନୀ ସାହୁ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ । ସେଠାରୁ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ସେଠାରେ ବିଜୁ ବାବୁଙ୍କ ଫଟୋଚିତ୍ର ରେ ଦ୍ବୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ଏକ ସାଧାରଣ ସଭା ଆନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ପ୍ରମୋଦ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ବିଧାୟିକା ଶ୍ରୀମତୀ ସାହୁ ସମସ୍ତ ଙ୍କୁ ଉଦବୋଧନ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କରିଯାଇଥିଲା ମହତକାର୍ଯ୍ୟ ବିଷୟରେ ମତବ୍ୟକ୍ତକରିବା ସହିତ ବିଧାୟିକା ନିଜେ ଜଣେ ମହିଳା ଥିବାରୁ ତାଙ୍କ ସରକାର ମହିଳା ମାନଙ୍କୁ ସଂରକ୍ଷଣ ଦେଇଥିବା ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରମାକାନ୍ତୀ ପୁଟେଲ, ଉପାଧ୍ୟକ୍ଷ ଭୁଦୋର ମାଝୀ, ପୌର ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଉପାଧ୍ୟକ୍ଷ ଅଞ୍ଜନା ବର୍ମା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତା ବିଶି, ବିଧାୟିକ ଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଟିଟିଲାଗଡ ଟାଉନ୍ ସଭାପତି ଜଗଦୀଶ ମହାଲିଙ୍ଗ,ସଇନ୍ତଲା ବ୍ଲକ ସଭାପତି ଦିଲିପ ରାଜପାଲିଆ, ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ, ଯୁବ ନେତା ରୁଟୁ ବାଗ, ରାଜକିଶୋର ଡାଙ୍ଗ, ଆଲୋକ ବୁଡେକ ତଥା ମହିଳା କର୍ମୀ ଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.