ଟ୍ରକ ଚାପାରେ ମହିଳା ଶ୍ରମିକ ଗୁରୁତର

ରାୟଗଡା, (ଶିବ ନାରାୟଣ ଗୈାଡ): ୩୨୬ନମ୍ବର ଜାତୀୟ ରାଜପଥର ଓଭରବ୍ରିଜ ଉପରେ ଏକ ଟ୍ରକ ଧକ୍କାରେ ଜଣେ ମହିଳା ଶ୍ରମିକ ଗୁରୁତର ଭାବେ ଆହାତ ହୋଇ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମକେଜସିଜି ମେଡିକଲକୁ ସ୍ଥାନାନ୍ତର କରାଯାଇଛି । ମହିଳା ଶ୍ରମିକ ଜଣକ ରାୟଗଡା ବ୍ଳକ ତାଡମା ପଂଚାୟତର ରପା ଗ୍ରାମର କାଙ୍କୁଲି ତାଡିଙ୍ଗି ବୋଲି ଜଣାପଡିଛି । ଦୁର୍ଘଟଣାରେ କାଙ୍କୁଲିଙ୍କ ଦୁଇଗୋଡରେ ଗଭୀର ଆଘାତ ହୋଇଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବହୁତ ସଙ୍କଟାପନ୍ନ ରହିଛି । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥିବା ଜଣାପଡିଛି । କାଙ୍କୁଲି ରାୟଗଡା ସହରରେ ଦିନ ମଜୁରିଆ ଭାବେ ନିର୍ମାଣ ଶ୍ରମିକ କାର୍ଯ୍ୟ କରୁଥିଲେ । ଆଜି ସଂଧ୍ୟାରେ ସେ କାମ ସାରି ନିଜର ଜଣେ ସଂର୍ପକୀୟଙ୍କ ସଙ୍ଗେ ବାଇକ ଯୋଗେ ନିଜ ଗାଁକୁ ଓଭରବ୍ରିଜ ରାସ୍ତା ଦେଇ ଫେରୁଥିବା ସମୟରେ ଆଗରେ ଯାଉଥିବା ଏକ ଲୁହାଛଡ ବୋଝେଇ ଟ୍ରକର ପଛଚକା ତଳେ କୈାଣସି କାରଣ ବଶତଃ ପଡି ଯାଇଥିଲେ ।

Omkar Vasthu
Omkar Vasthu


ମାଲବାହି ଟ୍ରକ ଚକା ତଳେ ପଡିବାରୁ କାଙ୍କୁଲିର ଦୁଇଟି ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପେଟରେ ମଧ୍ୟ ଗଭୀର ଆଘାତ ହୋଇଥିଲା । ତେବେ ଗୁରୁତର ଆହାତ ହୋଇପଡିଥିବା କାଙ୍କୁଲିଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ନେବା ପାଇଁ ଆମ୍ବୁଲାନ୍ସ କି ପୋଲିସ ଠିକ୍ ସମୟରେ ପଂହଚି ନ ପାରିବାରୁ ତାଙ୍କୁ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଏକ ଅଟୋରିକ୍ସାରେ ମେଡିକଲକୁ ପଠାଯାଇଥିଲା । ଓଭରବ୍ରିଜ ଉପରେ ଏହି ଘଟଣାଟି ହୋଇଥିବାରୁ ଦୀର୍ଘ ୧ଘଂଟାରୁ ଅଧିକ ସମୟ ଧରି ଉଭୟ ପାଶ୍ୱର୍ରେ ଟ୍ରାଫିକ୍ ସମସ୍ୟା ଗୁରୁତର ହୋଇପଡିଥିଲା । ଖବର ପାଇ ରାୟଗଡା ଟାଉନ ଥାନା ପୋଲିସ ପଂହଚି ଟ୍ରାଫିକ୍ ସ୍ୱାଭାବିକ କରିଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଅଟକ ରଖାଯାଇଥିବା ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.