କବିତା: ଧର୍ମ ଲୀନ ବିଲିନ ହେଲେ କି ଅସୁବିଧା

✍🏾ଡୁଇଟ ଡେଭିଡ ପିଲିପ

“ଆମ ଧର୍ମର ବିଲୀନ ହେଉଛି”,

“ଆମେ ସହ୍ୟ କରିପାରିବୁନି”

ଏକଜୁଟ ହେବାର ଏକ ପ୍ରୟାସ
କାହା ପାଇ

ଧରା ପୃଷ୍ଠରେ
ଖ୍ରୀଷ୍ଟିଆନ ହୋଇ ଯଦି ଶହଶ୍ର ବର୍ଷ
ମୁଁ କଳା ଦାସ ପ୍ରଥା ଓ ଇପାଥେଡ୍ ଚଳାଉଛି।

ମୁସଲମାନ ହୋଇ ଯଦି ମହିଳାକୁ ବୁର୍ଖା ଓ

ତିନି ତଲାକ୍, ରେ ବସ କରୁଛି,
ମୁଁ ଜିହାଦି ହେଉଛି।

ସନାତନ ଧର୍ମ ମୋର ବୋଲି
ଉଚ୍ଚ ନୀଚ୍ଚ ବୋଲି ବାହା,

ଭୋଜି ବିରୁଦ୍ଧେ ମତ ବାଣ୍ଟୁଛି।

ଧର୍ମ ଲୀନ, ବିଲିନ ହେଲେ କି ଅସୁବିଧା
ତା ମୁଖାରେ ମୁଁ ତ କରୁଛି

ଲଭ ଜିହାଦ,
ଧର୍ମା୍ନ୍ତୀକରଣ,
ଜୟ ଯୀଶୁ,
ଜୟ ଜଗନ୍ନାଥ, ଜୟ ଶ୍ରୀରାମ,
ଅଲ୍ଲା ହୋ ଆକବର,
ଶବ୍ଦ ଶୁଣି

କିଏତ ତାଟି ବନ୍ଦ କରି ବିଷ ପିଉଛି,
କିଏ ଜଙ୍ଗଲକୁ ଜୀବନ ପାଇ,
କୂଅକୁ ବି ସୁରକ୍ଷା ଭାବୁଛି।

ଏତେ ଯଦି ଡର
ଜୀବନ ଧକ ଧକ ଲାଗୁଛି।

ଧର୍ମ ଲୀନ, ବିଲିନ ହେଲେ କି ଅସୁବିଧା।

ଖ୍ରୀଷ୍ଟିଆନ ହୋଇ ଯଦି କାହାର ଉନ୍ନତିରେ
ଖୁଶି ହୋଇ ପାରୁନି,
ମୁସଲାନମାନ ହୋଇ, କ୍ଷମା ଦେଇ ପାରୁନି,
ସନାତନ ଧର୍ମ ହୋଇ ବାହା ହେବାକୁ,

ଦେବାକୁ, ଖାଇବାକୁ, ସାଙ୍ଗରେ ଗୋଟେ ଘରେ ରହା,

ଚାହିକିବି
ଚିନ୍ତାବି କରି ପାରୁନି।

ଧର୍ମ ଲୀନ, ବିଲିନ ହେଲେ କି ଅସୁବିଧା।

ଯୀଶୁ: ହୃଦୟରେ ଓ ବ୍ୟବହାରରେ
ଜଗନ୍ନାଥ, ରାମ: ହୃଦୟରେ ଓ ବ୍ୟବହାରରେ
ଆଲ୍ଲା:ହୃଦୟରେ ଓ ବ୍ୟବହାରରେ

ବସିବାକୁ କେବେ ମନାକଲେ?
ଧର୍ମର ସେମାନେ କି ପ୍ରଚାରକ?

ମୁଁ ବାହାରିଛି ଆଜି ଧର୍ମର ରକ୍ଷକ, ସଂଗଠକ

ମୁଁ ଭଲ ବାପା ଟେ ହୋଇ ପାରିନି,
ମୁଁ ଭଲ ପୁଅ ଟେ ହୋଇ ପାରିନି,
ମୁଁ ଭଲ ମା ଟେ ହୋଇ ପାରିନି,
ମୁଁ ଭଲ ଝିଅ ଟେ ହୋଇ ପାରିନି,
ମୁଁ ଭଲ ପଡୋଶୀ ଟେ ହୋଇ ପାରିନି,

ମୁଁ ବା ଭଲ ନାଗରିକ ଟେ କେତେ ବେଳେ ହେବି?

ଏ ଧର୍ମ, ତୁମେ ସବୁ ଆଜି ରାତିରେ ଲୀନ,

ବିଲିନ ହୋଇ ଯାଉନ!

ମୁଁ ହେବି ପ୍ରଥମେ ଗୋଟିଏ ଭଲ
ବାପା
ମା
ପୁଅ
ଝିଅ
ପଡୋଶୀ

ତାପରେ ନାଗରିକ
ତାପରେ

ତାପରେ ଡାକିବା

ଯୀଶୁ
ଆଲ୍ଲା
ଜଗନ୍ନାଥ, ରାମ
ସେ ଅଛନ୍ତି ଗିର୍ଜା, ମସଜିଦ ଓ ମନ୍ଦିରରେ ସୁରକ୍ଷିତ,

ଆଇନ ବି ଜଗିଛି, କିଛି ହେବନି।

ମୁଁ ବି ଡାକିବି
ସେ ତାଙ୍କ ଚଇସ ବା ପଶଦ୍ଦ ରେ

ଆମକୁ ପରେ ଆସି ବ।ଛିନେବେ,
ତାଙ୍କୁ ସୁଯୋଗ ଦେବା।

ଏବେ ଟିକେ ଧର୍ମ ଲୀନ, ବିଲିନ ହେଲେ କି ଅସୁବିଧା?

ଲେହେରି ଥାନା, ବିହାର ଶରୀଫ,
ନାଳନ୍ଦା, ବିହାର
ପିନ୍: ୮୦୩୧୦୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.