ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କୋକସରା, (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଶୁକ୍ରବାର ରମାକାନ୍ତ ଦାସ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଓ ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ବିଇଓ ଶ୍ରୀ ଦାସଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ନୂତନ ବିଇଓ ପୂର୍ବରୁ ତୁଲାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକରୁ ପଦୋନ୍ନତି ପାଇ କୋକସରା ବିଇଓ ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ବିଆର୍‌ସି ତୋଫାନ ମାଝୀ, ଏବିଇଓ ବିଜୟ କୁମାର ବାରୀକ କୋକସରା ବ୍ଲକ ହରିପୁର ରୋଡ, କଟକ-୧ ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ, ଉପ ସଭାପତି ବୀର କିଶୋର ନାଗ, ଦୁଲ୍ଲଭ ପୁଝାରୀ, ମଦନ ନାଏକ, ଉପ ସଭାନେତ୍ରୀ କୌଶଲ୍ୟା ନାଏକ, ସଂପାଦକ ସୁବାଷ ବାଗ, ଜନ୍ମେଜୟ ପ୍ରଧାନୀ, ଗୋବର୍ଦ୍ଧନ ବେମାଲ, କପିଲ ଶବର, ଉପଦେଷ୍ଟା କମିଟି ସଞ୍ଜିବ ପାଢୀ, ଲିଙ୍ଗରାଜ ନାଏକ, ବ୍ଲକ ସାଙ୍ଗଠାନିକ ସଂପାଦକ ବୈକୁଣ୍ଠ ଜାଲ ଉପସ୍ଥିତ ରହି ଶିକ୍ଷା ଅଧିକାରୀଙ୍କୁ ଫୁଲତୋଡ଼ା ସହ ଉତ୍ତରିୟ ଦେଇ ସ୍ୱାଗତ କରିଥିଲେ । ସେହିପରି ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏନ୍‌.ପି.ଏସ୍ ଜିଲ୍ଲା ସଭାପତି ସତ୍ୟବାନ ପାଣିଗ୍ରାହୀ, ଏକ୍ସ କେଡର ସଭାପତି ଗଗନ ବିହାରୀ ପଟ୍ଟନାୟକ, ସଂପାଦକ ଦେବୀସିଂ ମାଝୀ, କୋଷାଧ୍ୟକ୍ଷ ଇଶ୍ୱରୀ ପ୍ରସାଦ ଅଗସ୍ତି, ସହ ସଂପାଦକ ତ୍ରିନାଥ ବାଗ, ଉପ ସଭାପତି ପଞ୍ଚାନନ ମାଝୀ, ବବୃବାହାନ ସାହୁ, ସନାତନ ପଣ୍ଡା, ମନମୋହନ ଦାସ, ପରମେଶ୍ୱର ପଟ୍ଟନାୟକ, ଗଜେନ୍ଦ୍ର ବାଗ ସମେତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.