କିଡିଙ୍ଗ ବେହେରା ପୋଲରେ ଓଲଟିଲା ଚାଉଳ ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲ୍ପର ଆହତ

ଲାଞ୍ଜିଗଡ଼: ପୋଖରୀବନ୍ଧରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନଂ ରାଜ୍ୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ଘଟୁଥିବା ବେଳେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ ରାଇଘର ରୁ ଏକ ଚାଉଳ ବୋଝେଇ ଟ୍ରକ ବିଶାଖାପାଟଣାକୁ ଯାଉଥିବା ବେଳେ କିଡିଙ୍ଗ ଛକ ନିକଟରେ ଥିବା ବେହେରା ପୋଲ ଉପରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଡ୍ରାଇଭର ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି।

Omkar Vasthu
Omkar Vasthu


କିଡିଙ୍ଗ ଗାଁର ଯୁବ ସମାଜସେବୀ ଗୋପାଲଦାସ ମହାନନ୍ଦଙ୍କ ନେତୃତ୍ୱରେ କିଛି ଯୁବ ଗୋଷ୍ଠୀ ଆସି ଟ୍ରକ ଭିତରୁ ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ପଠାଇଥିଲେ। ଘଟଣାସ୍ଥଳରେ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ ପହଁଞ୍ଚି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେବେ ବେହେରା ପୋଲର ବୁଲାଣି ଏବେ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଥିବାବେଳେ ପିଡବ୍ଲୁଡି ବିଭାଗ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.