୬ ମାସ ତଳେ ଖମ୍ବରେ ଲାଗିଲା ଷ୍ଟ୍ରିଟ ଲାଇଟ, ଆଜି ପର୍ଯ୍ୟନ୍ତ ଜଳି ପାରୁନାହିଁ

● ନା କୁ ଆଦର୍ଶ, ବାସ୍ତବରେ ଚିତ୍ର ଅଲଗା

କଳାହାଣ୍ଡି, (ବର୍ଦ୍ଧମାନ ଜୈନ): କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମ ସ୍ଥିତ ଜାତୀୟ ରାଜପଥ ୨୬ ଉପରେ ଥିବା ଷ୍ଟ୍ରିଟ ଲାଇଟ ଜଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖମ୍ବ ଅଛି ଲାଇଟ ବି ଲାଗିଛି ହେଲେ ବିଗତ ୬ ମାସ ହେଲା ଲାଇଟ ଜଳୁନାହିଁ । ଉତ୍କେଲା ଏକ ଆଦର୍ଶ ଗ୍ରାମ ହେଉଥିବା ବେଳେ ଆଦର୍ଶ ଗ୍ରାମର ଏଭଳି ବିକଳ ଚିତ୍ର ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଅଭିଯୋଗ ଅନୁସାରେ, କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ପଞ୍ଚାୟତକୁ ସରକାର ଆଦର୍ଶ ପଞ୍ଚାୟତ ଭାବେ ଘୋଷଣା କରିଛନ୍ତି । ହେଲେ ନା କୁ ମାତ୍ର ଆଦର୍ଶ ପଞ୍ଚାୟତ ବାସ୍ତବରେ ଚିତ୍ର ଅଲଗା ଦେଖିବାକୁ ମିଳୁଛି । ଗତ ୬ ମାସ ତଳେ ରାସ୍ତା ଉପରେ ଥିବା ଦଶ ଟି ଖମ୍ବରେ ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଜଳୁ ନଥିବା ଅଭିଯୋଗ ହୋଇଛି । ଫଳରେ ଉତ୍କେଲା ଗ୍ରାମର ରାସ୍ତା ଉପରେ ଥିବା ଦୋକାନ, ବଜାର ଏବଂ ଜନସାଧାରଣ ରାତ୍ରି ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାତି ବେଳେ ଅନ୍ଧାର ରହୁଥିବା ଯୋଗୁଁ ଦୋକାନ ମାନଙ୍କଠୁ ଚୋରି ହେଉଥିବା ମଧ୍ୟ୍ୟ ଦେଖିବାକୁ ମିଳୁଛି । ଉତ୍କେଲା ଆଖ ପାଖ ପଞ୍ଚାୟତର ଗାଁ ମାନଙ୍କରେ ଷ୍ଟ୍ରିଟ ଲାଇଟ ଲାଗି ଜଳୁଥିବା ବେଳେ ଉତ୍କେଲା ଆଦର୍ଶ ପଞ୍ଚାୟତ ହୋଇଥିଲେ ସୁଦ୍ଧା ଉତ୍କେଲା ଗ୍ରାମରେ ଷ୍ଟ୍ରିଟ ଲାଇଟ ଜଳୁନଥିବା ଚର୍ଚାର ବିଷୟ ହୋଇଛି । ତେଣୁ ବ୍ଲକ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଜଳୁ ନଥିବା ଷ୍ଟ୍ରିଟ ଲାଇଟକୁ ଜଳେଇବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.