ଦିବ୍ୟାଙ୍ଗ ସଚେତନତା କାର୍ଯ୍ୟକ୍ରମ ସହିତ ଶୀତବସ୍ତ୍ର ପ୍ରଦାନ

● ଗରିବ, ଅସହାୟ ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ଶୀତବସ୍ତ୍ର ବଣ୍ଟନ

କଳାହାଣ୍ଡି, (ହେମନ୍ତ ସାହୁ): ପ୍ରଫେସର ଭୁବନେଶ୍ୱର ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଏବଂ ନୁନପୁର ଗ୍ରାମ ପଂଚାୟତସ୍ତରୀୟ ସଂଘର ମିଳିତ ଆନୁକୂଲ୍ୟରେ ନୁନପୁରରେ ଦିବ୍ୟାଙ୍ଗ ସଚେତନତା କାର୍ଯ୍ୟକ୍ରମ ସହିତ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ନୁନପୁର ସରପଂଚ ସୁବାସିନୀ ନାଏକ, ସମ୍ମାନୀତ ଅତିଥି ଚିନ୍ମୟ ବେହେରା, ପ୍ରତାପ ବାଗ, ନୁନପୁର ସଂଘର ସଭାପତି ମାଧବୀ ବେହେରା, ସଂପାଦିକା ରୀତା ରଣା, ସତ୍ୟବ୍ରତ ପରିଡ଼ା, ବତନ ସିଂ ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଭୂବନେଶ୍ୱର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ଏହି ମହାନ କାର୍ଯ୍ୟର ପ୍ରଶଂସା କରିଥିଲେ । ସଂଗଠନ ସଂପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଯାଜ୍ଞସେନ ପଣ୍ଡା, ନକୁଳ ସୁନା, ଘନଶ୍ୟାମ ରଣା, ପ୍ରିୟ ରଂଜନ ମୁଣ୍ଡ, ଧର୍ମାନନ୍ଦ ରଣା, ସଞ୍ଜୟ କୁମାର ସୁନାନୀ, ଶାନ୍ତ ସ୍ୱରୂପ ପଣ୍ଡା, ପ୍ରତାପ ରଣା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଡ଼ୁମେରପାଲି, ନୁନପୁର, ଉଲୁରୁପି, ଜାମବାହାଲି, ମାଣିଙ୍ଗନଲା, ଢେକୁନକୁ, ପାସିଡ଼ିଙ୍ଗପଦର ଗ୍ରାମର ଦିବ୍ୟାଙ୍ଗମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.