ଜିଲ୍ଲା ସ୍ତରୀୟ କଳା ଓ ସଂସ୍କୃତିକ ମହୋତ୍ସବ

କଳାହାଣ୍ଡି: ଭାରତ ସରକାରଙ୍କ ଯୁବବ୍ୟାପର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଏବଂ ଲମସିଙ୍ଗା ଗ୍ରାମର ମା ଧାରାଣୀ ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କଳା ଓ ସଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଲମସିଙ୍ଗା ଠାରେ ଆୟୋଜିତ ଉକ୍ତ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ କୁମାର ମେହେର, ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଯୋଗବ୍ୟସ ଭୋଇ ଓ ମୁଖ୍ୟବକ୍ତା ଭାବେ ନେହେରୁ ଯୁବ କେନ୍ଦ୍ର କଲାହାଣ୍ଡିର ଲେଖପାଳ ଦୁତୀଆ ବନଛୋର ଉପସ୍ଥିତ ରହି ପ୍ରାଚୀନ କଳା ସଂସ୍କୃତି ଉପରେ ଆଲୋକପାତ କରିବାସହ କଳାହାଣ୍ଡିର କଳା ସଂସ୍କୃତି ସାରା ବିଶ୍ବରେ ଅନନ୍ୟ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ କଳାକାରମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ମା ଧରଣୀ ଯୁବକ ସଂଘର ସଭାପତି ନନ୍ଦି କିଶୋର ପଧାନ, ସାଧାରଣ ସମ୍ପାଦକ ଜୟପ୍ରକାଶ ପଧାନ, ଜାତୀୟ ଯୁବ ସ୍ୱେଚ୍ଛାସେବୀ ସୁଶୀଲ ପଧାନ, ନବୀନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ରହିଥିବାବେଳେ ନୃତ୍ୟ ଓ ସଂଗୀତ ଆସରର ବିଚାରପତି ଭାବରେ ଦୁଗେଶ ପ୍ରଧାନ, ମିଳନ ଭୋଇ ଓ ମୁକେଶ ବାରିକ ଦାଇତ୍ବ ନିର୍ବାହ କରିଥିଲେ । ଶେଷରେ ମା ଧରାଣୀ ଯୁବକ ସଂଘ ସଭାପତି ନନ୍ଦି କିଶୋର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.