ନୂଆପଡା: ଆଜି ନୂଆପଡା ଜିଲ୍ଲାରେ ଦୁଇ ଜଣ ଯୁବକ ଓମିକ୍ରୋମ ପୋଜେଟିଭ ଚିହ୍ନଟ ହୋଇଛନ୍ତି। ଓମିକ୍ରୋମ ଆକ୍ରାନ୍ତ ଯୁବକ ମଧ୍ୟରୁ ଜଣେ ଖରିଆର ରୋଡ ଆଇ.ଟି.ଆଇ ଛାତ୍ର (୧୬) ଏବଂ ଅନ୍ୟ ଜଣକ ହେଲେ ଖରିଆର ବିଜ୍ଞାପିତ ଅଂଚଳ ପରିଷଦ (୨୫)ର ବୋଲି ସୂଚନା ମିଳିଛି। ତେବେ ରାଜ୍ୟ ସରକାର ଆସନ୍ତା ୭ ତାରିଖ ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ନୂତନ କରୋନା ଗାଇଡ଼ଲାଇନ ଲାଗୁ କରିଛନ୍ତି। ଜନ ସାଧାରଣ ଏହି ମହାମାରୀକୁ ଗୁରୁତ୍ୱ ସହ ନେଇ ଗାଇଡ଼ଲାଇନ ପାଳନ କରିବାକୁ ଅନୁରୋଧ। ଏହା ସହିତ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର କରି ସରକାର ତଥା ଜିଲ୍ଲା ପ୍ରଶାସନକୁ ମହାମାରୀ ରୋକିବାରେ ସହଯୋଗ କରନ୍ତୁ ଏବଂ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in