ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ସ୍ଥାନ ସଂରକ୍ଷଣ ଦାବିରେ ବିକ୍ଷୋଭ ଓ ରାସ୍ତାରୋକ

କେସିଙ୍ଗା, (ମଧୁସୂଦନ ଠାକୁର): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆଦିବାସୀଙ୍କ ସଂରକ୍ଷଣ ନଥିବା ଘଟଣାକୁ ନେଇ ଆଜି ଜିଲ୍ଲା ଆଦିବାସୀ ସଂଘ କଳାହାଣ୍ଡି ବନ୍ଦ ଡାକରା ଦେଇଛି । ସେହି କ୍ରମରେ କେସିଙ୍ଗା ଠାରେ ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ବନ୍ଦ ପାଳନ କରାଯାଇଥିଲା । ସକାଳ ୧୧ ଘଣ୍ଟା ସମୟରେ ସ୍ଥାନୀୟ ଆମ୍ବେଦକର ଛକ ଠାରେ ଭବାନୀପାଟଣା ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥକୁ ଘଣ୍ଟାଏ ଅବରୋଧ କରିଥିଲେ ଫଳରେ ଟ୍ରାଫିକ ସମସ୍ୟା ଦେଖା ଯାଇଥିଲା ।ଶହଶହ ଗାଡି ରାସ୍ତାରେ ଠିଆ ହେଇ ଥିବା ଦେଖାଯାଇଥିଲା । ପରେ କେସିଙ୍ଗା ପୋଲିସ ଆସି ସମସ୍ତଙ୍କୁ ବୁଝା ଶୁଝା କରି ରାସ୍ତା ଖୋଲି ଥିଲା । ଆଦିବାସୀ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ରାସ୍ତାରୋକ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଯଦି ସରକାର ଆଦିବାସୀଙ୍କ ଉକ୍ତ ଦାବୀକୁ ନମାନିଲେ ଆନ୍ଦୋଳନ ତୀବ୍ରରୂପ ଧାରଣ କରିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ଆଜିର ଏହି ବନ୍ଦ ପାଳନରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ଉପସଭାପତି ସଞ୍ଜୀବ କୁମାର ମଝି, କେସିଙ୍ଗା ଏନ୍ଏସି ସଭାପତି ସଦା ମାଝୀ, ଉପସଭାପତି ଧନୁ ମାଝୀ, ଚନ୍ଦ୍ର ମାଝୀ, ଧନେଶ୍ଵର ମାଝୀ, ସନ୍ତୋଷ ମାଝୀ, ଧୁବଲେ ମାଝୀ, ବେଣୁ ମାଝୀ, ଚୂଡ଼ାମଣି ମାଝୀଙ୍କ ସମେତ ଧୃବ ଚରଣ ମାଝୀ, କେଶରୀ ମାଝୀ, ନରେନ୍ଦ୍ର ମାଝୀ, ଧଳ ମାଝୀ ପ୍ରମୁଖ ଯୋଗ ଦେଇ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.