ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୂଷାନାଳ ଠାରେ ବନ୍ଧପାରି ଓ ପେଙ୍ଗସୁର୍ କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଞ୍ଜିଗଡ ବ୍ଲକ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ଅଧ୍ୟକ୍ଷତା କରିଥିବାବେଳେ ଲିଭୋଲିଙ୍କର ପ୍ରକଳ୍ପ ମ୍ୟାନେଜର ସନ୍ତୋଷ ଦାସ ମୁଖ୍ୟ ଅତିଥି ଓ ଭଟ୍ଟାଙ୍ଗପଦର ସିଆରସିସି ଭାରତ ଭୂଷଣ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ଦାସ ଜାତୀୟ ଶିକ୍ଷାନୀତି, ଶିକ୍ଷଣ ଫଳାଫଳ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ । ବିଇଓ ଶ୍ରୀଯୁକ୍ତ ନାଏକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ବିଦ୍ୟାଳୟରେ ମଧୁ ବର୍ଣ୍ଣବୋଧର ବ୍ୟବହାର ଓ ତା’ର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଶ୍ରୀ ସାହୁ ଛାତ୍ରଛାତ୍ରୀମାନଙ୍କ କାଉନସେଲିଂ ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ଦୁଇଟି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ପେଙ୍ଗସୁର ସିଆରସିସି ଗୁରୁଗୋବିନ୍ଦ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବନ୍ଧପାରି ସିଆରସିସି ତ୍ରିନାଥ ଶ୍ୟାମ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in