ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ନିଶାନ୍ତ TPWODL ପକ୍ଷରୁ ପାଇଲେ ଆର୍ଥିକ ସହାୟତା

● ଓଡ଼ିଆ ବାର୍ତ୍ତା ପ୍ରଭାବ

ନର୍ଲା, (ନିରଞ୍ଜନ ଗଉଡ): ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ରୁପ୍ରାରୋଡର ନିଶାନ୍ତ ଅଗ୍ରୱାଲ ଟିପିଡବ୍ଲୁଓଡିଏଲ ପକ୍ଷରୁ ସହାୟତା ରାଶି ପାଇଛନ୍ତି । ଚଳିତ ମାସ ଜାନୁଆରୀ ୫ରେ ‘୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରୁପ୍ରାରୋଡର ନାବାଳକ ଗୁରୁତର ଘଟଣା, ସହାୟତା ପାଇଁ ନିବେଦନ’ ଶିର୍ଷକ ଏକ ଖବର ‘ଓଡିଆ ବାର୍ତ୍ତା’ ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ ବିଭାଗର ଟିପିଡବ୍ଲୁଓଡିଏଲ କମ୍ପାନୀ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହାପରେ ନର୍ଲା ବିଦ୍ୟୁତ ବିଭାଗର ଏସଡିଓ ଏବଂ ଜେଟିଓ ନିଶାନ୍ତଙ୍କ ଘରକୁ ଯାଇ ୨ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । ଚେକ ପ୍ରଦାନ ସମୟରେ ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ସମିତି ସଭ୍ୟ କିଶୋର ଚନ୍ଦ୍ର ଭୋଇ ଏବଂ ନିଶାନ୍ତଙ୍କ ବଡବାପା ରତନ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିର ସ୍ବର୍ଗତ ବିନୋଦ ଅଗ୍ରୱାଲଙ୍କ ୧୭ ବର୍ଷିୟ ପୁଅ ନିଶାନ୍ତ କୁମାର ଅଗ୍ରୱାଲ ଗତ ୨୦୨୧ ଜୁଲାଇ ମାସ ୨୪ ତାରିଖ ରାତି ୮ଟା ସମୟରେ ସାଙ୍ଗ ସାଥିଙ୍କ ସହ ଖେଳୁଥିବା ସମୟରେ କୋଠାର ମାତ୍ର ୨ ଫୁଟ ଉଚ୍ଚତାରେ ଯାଇଥିବା ୩୩ କେଭି ନନ ଇନସୁଲେଟେଡ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ । ତାଙ୍କ ଦେହର ୬୦ ରୁ ୭୦ ଶତକଡା ପୋଡି ହୋଇ ଯାଇଥିଲା । ପରିବାରବର୍ଗ ତାଙ୍କୁ ପ୍ରଥମେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ଭବାନୀପାଟଣା ଏବଂ ଶେଷରେ ଭିଲାଇ ସ୍ଥିତ ଜେଏଲଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶାନ୍ତ ସେଠାରେ ମାସେ ଚିକିତ୍ସିତ ହେବାପରେ ଘରକୁ ଫେରିଥିଲେ । ଭିଲାଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ପାଇଁ ମୋଟ ୨୫ ଲକ୍ଷ ଖର୍ଚ୍ଚ ହୋଇଥିଲା । ବର୍ତ୍ତମାନ ତାଙ୍କର ଗୋଡ ସଂପୂର୍ଣ୍ଣ ଭଲ ହୋଇନଥିବାରୁ ସେ ଛୋଟେଇ ଛୋଟେଇ ଚାଲୁଛନ୍ତି । ତାଙ୍କର ସର୍ଜରୀର ଆବଶ୍ୟକତା ଥିବା ଡ଼ାକ୍ତର କହିଛନ୍ତିି କିନ୍ତୁ ଅର୍ଥ ବାଧକ ସାଜିଛି । ନିଶାନ୍ତ +୨ ଛାତ୍ର ଥିବାବେଳେ ତାଙ୍କ ପାଠପଢ଼ା ମଧ୍ୟ ଠପ୍ ହୋଇ ପଡ଼ିଛି । ନିଶାନ୍ତଙ୍କ ଚିକିତ୍ସା ଓ କ୍ଷତିପୂରଣ ପାଇଁ ତାଙ୍କ ପରିବାରବର୍ଗ ପୂର୍ବରୁ ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟାରୀ କମିଶନ, ଟିପିଡବ୍ଲୁଓଡିଏଲ କମ୍ପାନୀ ଓ ଜାତୀୟ ମାନବାଧିକାର କମିଶନଙ୍କୁ ନିବେଦନ କରିଥିବା ଜଣାପଡିଛି । ଏପଟେ ନିଶାନ୍ତଙ୍କ ପରିବାରବର୍ଗ ଟିପିଡବ୍ଲୁଓଡିଏଲ କମ୍ପାନୀକୁ ୫୦ ଲକ୍ଷ କ୍ଷତିପୂରଣ ଦାବି କରିଥିବାବେଳେ କମ୍ପାନୀ ମାତ୍ର ୨ ଲକ୍ଷ ଟଙ୍କା ପ୍ରଦାନ କରିଛି । ଏହି ଘଟଣା ଘଟିବା ୬ ମାସ ହୋଇଯାଇଥିବା ବେଳେ କମ୍ପାନୀ ବହୁତ ଡେରିରେ ୨ ଲକ୍ଷ ପ୍ରଦାନ କରିଛି କିନ୍ତୁ ନିଶାନ୍ତଙ୍କ ଚିକିତ୍ସା ପାଇଁ ୨୫ ଲକ୍ଷ ଖର୍ଚ୍ଚ ହୋଇସାରିଛି ଆଗକୁ ଆଉ ଅଧିକ ଖର୍ଚ୍ଚ ହେବ ତେଣୁ ଟିପିଡବ୍ଲୁଓଡିଏଲ କମ୍ପାନୀ ତୁରନ୍ତ ଆଉ ୪୮ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଶାନ୍ତଙ୍କ କାକା ସୁଶୀଲ କୁମାର ଅଗ୍ରୱାଲ ଦାବୀ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.