ସମାଜସେବୀଙ୍କ ହସ୍ତକ୍ଷେପ ପରେ ରାଏମତି ପାଇଲେ ହୁଇଲଚେୟାର ଓ ଦିବ୍ୟାଙ୍ଗ ଭତ୍ତା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ଗ୍ରାମର ରାଏମତି ଭୋଇ ଜଣେ ଭିନ୍ନକ୍ଷମ । ସେ ଦୀର୍ଘ ୫ ରୁ ଉର୍ଦ୍ଧ ବର୍ଷ ହେଲା ଚାଲିପାରୁନାହାନ୍ତି । ତାଙ୍କର ନିଜର ବୋଲି କେହି ନାହାନ୍ତି । ସ୍ୱାମୀଙ୍କ ଦେହାନ୍ତ ପରେ ସେ ଅତି ଦୟନୀୟ ଅବସ୍ଥାରେ ରହି ଆସୁଥିଲେ । ଗୋଡ଼ରେ ଚାଲି ପାରୁ ନଥିବାରୁ ୨ଗୋଡ଼ ରେ ଗୁରୁଣ୍ଡି ଗୁରୁଣ୍ଡି ଯୁଆଡେ ଯାଇଥାନ୍ତି । ସେ ଦିବ୍ୟାଙ୍ଗ ସାଙ୍ଗକୁ ବିଧବା ମଧ୍ୟ, ହେଲେ ଆଜି ପ୍ରଯ୍ୟନ୍ତ ତାଙ୍କୁ କୌଣସି ଭତ୍ତା ମିଳିନଥିଲା ।ଏହି ସମସ୍ୟା ବିଷୟରେ ସମାଜସେବୀ ଯଶୋବନ୍ତ ରଣା ଜାଣିବାପରେ ଏହି ସମସ୍ୟାକୁ ସମାଜସେବୀ ଶ୍ରୀ ରଣା କଳାହାଣ୍ଡି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଜଣେଇ ରାଏମତିଙ୍କୁ ଗୋଟିଏ ହୁଇଲଚେୟାର ସହ ଦିବ୍ୟାଙ୍ଗ ଭତ୍ତା ଦେବାକୁ ନିବେଦନ କରିଥିଲେ ।ଅଭିଯୋଗ ପାଇବାର ଚାରି ଘଣ୍ଟା ଭିତରେ ରାଏମତିଙ୍କ ଦିବ୍ୟାଙ୍ଗ ପ୍ରମାଣ ପତ୍ର ତିଆରି କରି ତାଙ୍କୁ ଗୋଟିଏ ହୁଇଲଚେୟାର ବିଭାଗୀୟ ଅଧିକାରୀ ପ୍ରଦାନ କରିଥିଲେ । ସେହିପରି ଏହାର ଗୋଟିଏ ଦିନ ପରେ ତାଙ୍କୁ ଭିନ୍ନକ୍ଷମ ଭତ୍ତା ୭ ସହ ପ୍ରଦାନ କରାଗଲା । ତାଙ୍କୁ ପ୍ରତିମାସରେ ୭ ସହ ଲେଖା ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ଜଣେଇଛନ୍ତି । ଭତ୍ତା ଓ ହୁଇଲଚେୟାର ପାଇଲା ପରେ ରାଏମତି ବହୁତ ଖୁସି ଥିବା କଥା କହିଛନ୍ତି । ସେହିପରି ସମାଜସେବୀ ଯଶୋବନ୍ତ ରଣାଙ୍କୁ ମଧ୍ୟ ଅଞ୍ଚଳବାସି ସାଧୁବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.