ଓବିସି ସଂରକ୍ଷଣ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଜେପି ଯୁବ ମୋର୍ଚ୍ଚାର ଦାବିପତ୍ର

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଚଳିତ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ସମ୍ପୁର୍ଣ୍ଣ ବାଦ ଦେଇଥିବା ଯୋଗୁଁ ଆଜି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୋଲାମୁଣ୍ଡା ବିଜେପି ଓବିସି ମୋର୍ଚ୍ଚା ତରଫରୁ ଗୋଲାମୁଣ୍ଡା ବିଡିଓଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ପଛୁଆ ବର୍ଗଙ୍କ ଜନ ସଂଖ୍ୟା ୫୪ ପ୍ରତିଶତରୁ ଉର୍ଦ୍ଧ ରହିଥିବା ବେଳେ ଗତ ପାଞ୍ଚଟି ପଞ୍ଚାୟତ ନିର୍ବାଚନ ଓବିସି ବର୍ଗର ପ୍ରାର୍ଥିମାନେ ୨୭ ପ୍ରତିଶତ ସଂରକ୍ଷଣ ଆଧାରରେ ନିର୍ବାଚନ ଲଢି ସାରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କର ଓବିସି ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ କାରଣରୁ ଉକ୍ତ ବର୍ଗ ନିର୍ବାଚନରେ ଭାଗ ନେବା ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ସମାନ ପରିସ୍ଥିତି ମଧ୍ୟ ମହାରାଷ୍ଟ୍ର ମଧ୍ୟ ପ୍ରଦେଶ ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଉଚ୍ଚତମ ନ୍ୟାୟଳୟରେ ଦ୍ବାରସ୍ତ ହୋଇଥିବା ବେଳେ ଓଡିଶା ସରକାର ଏ ସମ୍ପର୍କରେ ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ରାଜ୍ୟରେ ଅନୁସୂଚିତ ଅଞ୍ଚଳ ଅନ୍ତର୍ଭୁକ୍ତ ଅନେକ ଜିଲ୍ଲା ଥିବାବେଳେ ଅନୁସୂଚିତ ଜାତି, ଜନ ଜାତି ଓ ପଛୁଆ ବର୍ଗ ମିଶି ପ୍ରାୟ ୯୪ ପ୍ରତିଶତ ହୋଇଥିବା ବେଳେ ବିଶେଷ ରାଜ୍ୟର ପରିସ୍ଥିତି ଦର୍ଶାଇ ରାଜ୍ୟ ସରକାର ବହୁ ପୂର୍ବରୁ ଉଚ୍ଚତମ ନ୍ୟାୟଳୟକୁ ଅବଗତ କରାଇବା କଥା ଯାହାକି କରାଯାଇ ନାହିଁ । ଉଚ୍ଚ ନ୍ୟାୟଳୟର ନିଷ୍ପତି ଆଳ ଦେଖାଇ ରାଜ୍ୟ ସରକାର ଓବିସି ବର୍ଗକୁ ଆଗାମୀ ନିର୍ବାଚନରେ ବଞ୍ଚିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଦାବି ପତ୍ର ରେ ଉଲେଖ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ବିଜେପି ନେତା ଭାଗ୍ୟବାନ ବାଗ, ଲଳିତ ପ୍ରଧାନ, ଜୟନ୍ତ ସିଂ, ପ୍ରଦୀପ ପଣ୍ଡା, ବୈଶାଖୁ କେତକି, ବେଣୁ ସାହୁ, ବିଷ୍ନୁପ୍ରସାଦ କାଣ୍ଡ ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.