କୋରାପୁଟ, (ତ୍ରିନାଥ ପଟ୍ଟନାୟକ) : କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକର ଡ଼ୁମାଣୀ ଖବର ପ୍ରତିନିଧି ସରୋଜ କୁମାର ଲେଙ୍କାଙ୍କ ଅକାଳ ବିୟୋଗ ଯୋଗୁଁ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଲେଙ୍କା ବିଭିନ୍ନ ପ୍ରିଣ୍ଟ ମିଡ଼ିଆ ସହ ଅନେକ ଇଲେକ୍ଟ୍ରୋନିକ ମିଡ଼ିଆରେ କାର୍ଯ୍ୟ ନିଖୁଣ ଭାବେ ସମ୍ପାଦନ କରିଆସୁଥିଲେ । ଜନସାଧାରଣଙ୍କ ମୋଳିକ ସମସ୍ୟାଗୁଡିକୁ ଗଣମାଧ୍ୟମରେ ଉପସ୍ଥାପନ କରୁଥିଲେ । ମାତ୍ର ୩୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବାରୁ କେହି ଗ୍ରହଣ କରିପାରୁନାହାନ୍ତି । ସୂଚନା ଅନୁଯାୟୀ ସକାଳୁ ନିଜର ଦୋକାନ ଖୋଲିଲା ପରେ ପେଟରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବା ହେତୁ ବୈପାରୀଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ସୁଧାର ଆସୁଥିବା ହେତୁ ଡାକ୍ତର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଧେଶ ଦେଇଥିଲେ । ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ସମୟରେ ସରୋଜଙ୍କ ଦେହାନ୍ତ ହୋଇଥିଲା ।ସ୍ବର୍ଗତ ଲେଙ୍କାଙ୍କ ଆତ୍ମାର ସଦଗତି ପାଇଁ କୋରାପୁଟ ଭାସ୍କର ଆର୍ଟ୍ସ ଏକାଡେମୀ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ କୋରାପୁଟ ଭାସ୍କର ଆର୍ଟ୍ସ ଏକାଡେମୀର ସଦସ୍ୟ ତଥା ଅଧ୍ୟାପକ ହରିହର ପଟ୍ଟନାୟକ, ଆସୋସିଏଟ ଇଂଜିନିୟର ଅଭିଜିତ କର, କୋରାପୁଟ ଓଡିଶା ଟାଇମ୍ସ ର ସାମ୍ବାଦିକ ତ୍ରିନାଥ ପଟ୍ଟନାୟକଙ୍କ ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।