ଅବହେଳିତ ହୋଇ ପଡ଼ିରହିଛି ଥୁଆମୂଳ ରାମପୁର ବ୍ଳକ

● ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସମୁହ ଯୋଜନ ଯୋଜନ ଦୂରକୁ ଚାଲିଯାଉଛି

ଥୁଆମୂଳ ରାମପୁର, (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକ ଏକ ଦୁର୍ଗମ ଆଦିବାସୀ, ହରିଜନ, ଗିରିଜନ ଅଧ୍ଯୁଷିତ ପାହାଡ ପର୍ବତ ଘରେ ଅଞ୍ଚଳ ଭାବରେ ପରିଚିତ । ଏହି ବ୍ଳକର ବିକାଶ ନେଇ ସରକାରଙ୍କ ତରଫରୁ ଅନେକ ଯୋଜନା ନାମରେ କୋଟିକୋଟି ଟଙ୍କା ବ୍ଯୟବରାଦ କରାଯାଇଛି । ତେବେ ସେହି ଅନୁପାତରେ ଅଞ୍ଚଳର ବିକାଶ ଏଯାବତ ହୋଇପାରିଲା ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏଠିକାର ଅନେକ ସ୍ଥାନରେ ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପର୍ଯ୍ୟଟନ ଭଳି ସମସ୍ୟା ରହିଛି ।

Omkar Vasthu
Omkar Vasthu


ଅନେକ ଗାଁ ପକ୍କା ରାସ୍ତା ଦ୍ବାରା ସଂଯୁକ୍ତ ହୋଇପାରିଲା ନାହିଁ । ଲୋକେ ମୂଖ୍ଯାଳୟକୁ ଯିବାପାଇଁ ଭଲ ରାସ୍ତା ଖଣ୍ତେ ପାଇପାରୁନାହାଁନ୍ତି । ଅନେକ କଷ୍ଟକରି ପାହାଡ ପର୍ବତ ଅତିକ୍ରମ କରିଯିବାକୁ ପଡୁଛି । ବ୍ଲକ ମୂଖ୍ଯାଳୟ ଠାରୁ ଅନେକ ଗ୍ରାମକୁ ରାସ୍ତା ସଂଯୋଗ ହୋଇପାରିନାହିଁ । ସେହି ଭଳି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଲୋକେ । ରୋଗୀକୁ ଖଟିଆରେ ବୋହିବା ଘଟଣା ଠାରୁ ଗ୍ରାମପଞ୍ଚାୟତ ଠାରୁ ଚାଉଳ ନେବା ସେମାନଙ୍କ ପାଇଁ ମୁଣ୍ତବ୍ଯଥାର ବିଷୟ ହୋଇଛି । ଥୁଆମୂଳ ରାମପୁର ବ୍ଳକର ସ୍ଥାନୀୟ ଗ୍ରାମପଞ୍ଚାୟତର ତୁମୁଣିଖୋଲ ବାଇଗଣଗୁଡା ସମତ ଅନେକ ଗ୍ରାମପଞ୍ଚାୟତର ଗ୍ରାମଗୁଡିକରେ ରାସ୍ତାଘାଟର ସୁବିଧା ନଥିବାରୁ ଲୋକେ ଅସୁବିଧାରେ ଚଳପ୍ରଚଳ ହେଉଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ଗ୍ରାମପଞ୍ଚାୟତ ଠାରୁ ଗ୍ରାମକୁ ରାସ୍ତାଘାଟ ସଂଯୋଗ କରାଯିବ । ହେଲେ ଏହି ବ୍ଳକରେ ଆଜକୁ ଅନେକ ବର୍ଷ ବିତିଯାଇଛି ରାସ୍ତା ଘାଟର ଅଭାବ ରହିଯାଇଛି । ଏଭଳି ଅନେକ ସମସ୍ଯାରେ ଜର୍ଜରିତ ଏହି ବ୍ଳକ । ଆଉ କେତେ ଦିନ ଲୋକେ ଅପେକ୍ଷା କରିବେ ସେନେଇ ବିଭିନ୍ନ ମହଲରେ କ୍ଷୋଭ ଜାତ ହେଉଅଛି । ସ୍ଥାନୀୟ ରାଜନୈତିକ ଦଳର ଇଛାଶକ୍ତି ଓ ନିର୍ବାଚିତ ପ୍ରତିନିଧିଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଚର୍ଚ୍ଚା ହେଉଛି । ରାଜନୈତିକ ଦଳର ପ୍ରତିସ୍ମୃତି ପ୍ରହସନ ପାଲଟିଛି ।

Udyog Nursery
Udyogi Nursery

ଗରିବ ଜନତାଙ୍କ ସରଳତା ସୁଯୋଗରେ କେତେକ ମୁଷ୍ଟିମେୟ ଲୋକେ ସରକାରୀ ଯୋଜନାକୁ ବାଟବଣା କରୁଥିବା ଅଭିଯୋଗ ହେଉଛି । ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସମୁହ ଯୋଜନ ଯୋଜନ ଦୂରକୁ ଚାଲିଯାଉଛି । ସ୍ବାଧୀନତା ଦୀର୍ଘ ବର୍ଷ ପରେ ମଧ୍ୟ ଲୋକେ ନାହିଁ ନଥିବା ଅସୁବିଧାରେ ଦୁର୍ଗମ ଅଞ୍ଚଳରେ ଜୀବନ ଯାପନ କରୁଛନ୍ତି । ଅନେକ ସ୍ଥାନରେ ଆଜିଯାଏ ଲୋକଙ୍କ ଗମନାଗମନ କ୍ଷେତ୍ରରେ ଅନେକ ନଦୀନାଳ ବାଧକ ସାଜୁଛି, ହେଲେ ସେହି ସ୍ଥାନରେ ପୋଲ ତିଆରି ହୋଇପାରିଲା ନାହିଁ । ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଓ ରାଜନୈତିକ ଦଳ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.