କେସିଙ୍ଗା ଥାନାରେ ନୂତନ SDPO ଙ୍କ ଯୋଗଦାନ

କେସିଙ୍ଗା, (ମଧୂସୁଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନାରେ ନୂତନ ଏସଡିପିଓ ଭାବେ ୨୦୦୯ ବ୍ୟାଚର ଆଇପିଏସ ଅଫିସର ଅଭିନଭ ଶୋନକର ଯୋଗ ଦେଇଛନ୍ତି । ସେ କେସିଙ୍ଗା ଥାନାରେ ଯୋଗ ଦେବା ପୂର୍ବରୁ କନ୍ଧମାଳରେ କାର୍ଯ୍ୟ କରିଥିଲେ । ସେଥିରୁ ହାଇଦ୍ରାବାଦ ତାଲିମ କରିବା ପାଇଁ ଯାଇଥିଲେ, ତାଲିମ ସାରିବା ପରେ କେସିଙ୍ଗାକୁ ନୂତନ ଭାବେ ଯୋଗଦାନ କରିଛନ୍ତି । ସେ ଗଣମାଧ୍ୟମକୁ ସମ୍ବୋଧିତ କରିବାସହ କେସିଙ୍ଗା ସର୍କଲର ୬ ଟି ଥାନାର ସମସ୍ତ କର୍ମକର୍ତ୍ତା, ଜନ ସାଧାରଣଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । କୋଭିଡର ସାମ୍ବାଭ୍ୟ ୩ୟ ଲହରରୁ ସତର୍କ ରହିବା ପାଇଁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ସହ ସରକାରଙ୍କ କୋଭିଡ ଗାଇଡ ଲାଇନ ପାଳନ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଅଞ୍ଚଳବାସୀ ସୁଖ, ଶାନ୍ତି ଓ ଖୁସିରେ ରହିବା ପାଇଁ ସେ କାମନା କରିଛନ୍ତି । ଉତ୍ତର ପ୍ରଦେଶର କାନପୁର ଠାରେ ଜନ୍ମିତ ଶ୍ରୀ ଶୋନକର ୨୦୦୯ ରେ ଭାରତୀୟ ପୋଲିସ ସେବା ପରୀକ୍ଷାରେ ୬୦୩ ରେଙ୍କରେ ଉତୀର୍ଣ୍ଣ ହେଇଥିଲେ । ବର୍ତମାନ ମାତ୍ର ୨୯ ବର୍ଷ ବୟସରେ ଦେଶର ଆଇପିଏସ ଭାବରେ ଗୌରବ ଅର୍ଜନ କରିଛନ୍ତି । ତାଙ୍କର ବାପା ରାଜ କୁମାର ଶୋନକର ରେଳବାଇ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି । କେସିଙ୍ଗା, ନର୍ଲା, ଲାଞ୍ଜିଗଡ, ଏମ.ରାମପୁର, ଉତ୍କେଲା, କର୍ଲାମୁଣ୍ଡା ଓ ପଲମ ଆଦି ଅଞ୍ଚଳରେ ଟ୍ରାଫିକ ସମାସ୍ୟା ସୁଧାରିବା ସହିତ ବିଭିନ୍ନ ଅପରାଧ ପ୍ରତି ଧ୍ୟାନ ଓ କୋଭିଡ ସମୟରେ ଅଯଥା ଭିଡ଼ ନ ଜମାଇବପାଇ ଗଣମାଧ୍ୟମ ଜରିଆରେ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ନୂତନ ଡିଏସପି ଶ୍ରୀ ଶୋନକର ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.