ସମାଜସେବୀ ହରପ୍ରସାଦ ନାୟକଙ୍କ ନିଆରା କାର୍ଯ୍ୟଧାରା: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଢାଇଲେ ସାହାଯ୍ୟର ହାତ

କାଶିପୁର, (ଆଲାରାମ ଭତ୍ରା): ରାୟଗଡା ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ତଥା କାଶିପୁର ବ୍ଲକର ଜଣାଶୁଣା ସମାଜସେବୀ ସମାଜସେବୀ ହର ପ୍ରସାଦ ନାୟକ ଦଶମ ପରିକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବସ ର ବ୍ୟବସ୍ଥା କରି ନିଜର ବଦାନ୍ୟତା ଦେଖାଇଛନ୍ତି । ପ୍ରାପ୍ତ ସୂଚନା ଆଧାରରେ ଟିକିରି ଉଚ୍ଚ ବିଦ୍ୟାଳୟର ୫୬ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ୧ମ ସାରାଂଶ ପରିକ୍ଷା ଦେବାକୁ ଗୋରଖପୁର ଉଚ୍ଚ ବିଦ୍ୟାଳୟ ଯିବାର ଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀ ନାୟକ ଏକ ବସ ଭଡା କରିଦେଇ ସମସ୍ତ ଖର୍ଚ୍ଚ ନିଜେ ବହନ କରିଛନ୍ତି । ଏହାସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାକ୍ସ ଓ ସାନିଟାଇଜର ପ୍ରଦାନ କରିଛନ୍ତି । ସମାଜସେବୀ ଶ୍ରୀ ନାୟକଙ୍କ କାର୍ଯ୍ୟଧାରାକୁ ଅଞ୍ଚଳର ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.