୨୧ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୁଲ୍ୟରେ ୨୧ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇ ଯାଇଛି । ଉଦଘାଟନୀ ମ୍ୟାଚରେ ସିକାପତ୍ରାପାଲି (ବଲାଙ୍ଗୀର) ଓ ଘୋଡ଼ାବନ୍ଧ (କଳାହାଣ୍ଡି) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ କେହି କାହାରିକୁ ଗୋଲ୍ କରିପାରି ନ ଥିବା ବେଳେ ଟାଇବ୍ରେକର ଜରିଆରେ ସିକାପତ୍ରାପାଲି ଦଳ ବିଜୟୀ ହୋଇଥିଲା । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ଫୁଟବଲ୍ ଖେଳାଳି ଉଦୟ କୁମାର, ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ମୁରଲୀଧର ରଣା, ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଗହିର, ଅବସପ୍ରାପ୍ତ ପୋଲିସ ଅଧିକାରୀ କ୍ଷମାନିଧି ସାହୁ, ଗ୍ରାମ୍ୟ କମିଟି ପୂର୍ବତନ ସଭାପତି ଦାମା ଭୋଇ ମଞ୍ଚାସିନ ଥିବାବେଳେ ଦେବେନ୍ଦ୍ର ରଣା ମଞ୍ଚ ପରିଚାଳନା କରିଥିଲେ । ନବିନ ନାଏକ ଖେଳ ପରିଚାଳନା କରିଥିବା ବେଳେ କିଶୋର ଚନ୍ଦ୍ର ନାଏକ ଓ ନୃପରାଜ ରଣା ସହଯୋଗ କରିଥିଲେ । ଆୟୋଜକ କମିଟି ସଭାପତି କିଶୋର ଚନ୍ଦ୍ର ନାଏକ, ସମ୍ପାଦକ ରଶ୍ମି ରଞ୍ଜନ ରଣା, କ୍ଷେତ୍ରମଣି ରଣା, ବସନ୍ତ ସାହୁ, ଯୁଗଳ କିଶୋର ନାଏକ, ଗଜାନନ ଗହିର, ଚୈତନ୍ୟ ନାଏକ, ସୁରେଶ ଭୋଇ, ତପନ ମାଝୀ, ବୁଲୁ ରଣା, ସମ୍ପଦ ରଣା, ଅରୁଣ ରଣା, ମନୋଜ ରଣା, ନିର୍ମଳ ରଣା, ସୁଶାନ୍ତ ରଣା, ତପନ ରଣା, ହେମନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ ଆସନ୍ତା କାଲି ର ମ୍ୟାଚ ଟି ବଡମାଲ ଓ ନୁଆପଡା ମଧ୍ୟରେ ଅନୁଷ୍ଟିତ ହେବାକୁ ଥିବା ଅୟୋଜକ କମିଟି ପକ୍ଷରୁ କୁହାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.