୩୦ତମ ସର୍ବ ଭାରତୀୟ ୱାଇଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

● ବରଗଡ଼ ବ୍ଲୁ ଡାଇମଣ୍ଡ ଚମ୍ପିଅନ

ନୂଆପଡା: ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ଚଳିତ ମାସ ୩ ତାରିଖ ରୁ ଆରମ୍ଭ ହୋଇଥିବା ୩୦ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ୱାଇ.ଏମ.ସି କ୍ରିକେଟ ଟୁର୍ନାମେଣ୍ଟ ର କନଭେନର ସରୋଜ କୁମାର ସାହୁ (ଭୈରବ ) ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ଅଲମ୍ପିକ ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ନୂଆପଡା ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର, ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ଶମ୍ଭୁ ଗୁପ୍ତା, ସଞ୍ଜୟ ପୁରୋହିତ, କ୍ଷୀରୋଧ ପାଢ଼ୀ, ଗୋପାଳ ସାହୁ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ସମାଜସେବୀ ଗୁଲାମ ସତ୍ତାର,ଜିଲ୍ଲା କ୍ରିକେଟ ସଂଙ୍ଘ ଉପ ସଭାପତି ସଞ୍ଜୟ ପଟ୍ଟନାୟକ,ବରିଷ୍ଠ ବିଜେଡି ନେତା ମହେଶ ନିଆଲ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ଏହି ଉଦଯାପନୀ ଦିବସ ର ଫାଇନାଲ ମେଚ ରେ ବରଗଡ଼ ବ୍ଲୁ ଡାଇମଣ୍ଡ ଦଳ ଓ ଆଭାର ସମ୍ବଲପୁର ଦଳ ମଧ୍ୟ ରେ ଖେଳା ଯାଇଥିଲା। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବରଗଡ଼ ବ୍ଲୁ ଡାଇମଣ୍ଡ ପ୍ରଥମେ ଟାସ ଜିତି ସମ୍ବଲପୁର ଦଳ କୁ ବେଟିଂ କରିବା ପାଇଁ ନିମନ୍ତ୍ରଣ କରିଥିଲା। ସମ୍ବଲପୁର ଦଳ ୩୪.୧ ଓଭର ରେ ୧୭୭ ରନ କରି ଅଲ ଆଉଟ ହୋଇଯାଇଥିଲେ। ଜବାବ ରେ ବରଗଡ଼ ଦଳ ୨୯.୧ ଓଭରରେ ୬ଓ୍ବିକେଟ ହରାଇ ୧୭୯ ରନ ସଂଗ୍ରହ କରି ୩୦ତମ ସର୍ବ ଭାରତୀୟ ୱାଇ.ଏମ.ସି କ୍ରିକେଟ ଟୁର୍ନାମେଣ୍ଟ ର ବିଜେତା ହୋଇଥିଲା। ଫାଇନାଲ ମେଚ ର ଆରମ୍ଭ ସମୟ ବେଳେ ନୂଆପଡା ଏ.ଡି.ଏମ ଅଗସ୍ତି ପ୍ରଧାନ, ଜୋନ ନମ୍ବର ୨ ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ, ଠିକାଦାର ବୈରାଜ ସାହୁ, ବସନ୍ତ ସିଂ ଠାକୁର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଟୁର୍ନାମେଣ୍ଟ ରେ ଅମୀୟ ଭୂଷଣ ସାହୁ ଓ ନାରାୟଣ ମେହେର ଅମପେୟାରିଙ୍ଗ ଦାଇତ୍ୱ ତୁଲାଇ ଥିବା ବେଳେ ଶୈଳେଶ ଚନ୍ଦ୍ର ଶତପଥି ଲାଇଭ ସ୍କୋରିଙ୍ଗ ଓ ଅଂଶୁମାନ ଗୁପ୍ତା ସ୍କୋରିଙ୍ଗ କରିଥିଲେ। କାର୍ତ୍ତିକ ନିଆଲ କମେଣ୍ଟ୍ରି ରୂପେ ଦର୍ଶକ ଙ୍କୁ ମନୋରଞ୍ଜନ କରିଥିଲେ। ବିଜେତା ବରଗଡ଼ ବ୍ଲୁ ଡାଇମଣ୍ଡ ଦଳ କୁ ନଗଦ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଆଭାର ସମ୍ବଲପୁର ଦଳ କୁ ନଗଦ ୩୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ୱାଇ.ଏମ.ସି କ୍ରିକେଟ କ୍ଳବ ର ସଭାପତି ବାପି ଦାସ, ସମ୍ପାଦକ ତପନ ବଗର୍ତି, ସହ ସମ୍ପାଦକ ସୁଧୀର ମିଶ୍ର, ପୂର୍ବତନ ଖେଳାଳି ସନ୍ତୋଷ ଶୁଭକାର, କେପଟେନ ଶ୍ରୀରାମ ମିଶ୍ର, କେସିଅର ଜିତୁ ହୋତା, ଟିପୁ ଖାନ, ଜାବେଦ ଖାନ, ସାଗର ହଂସ, ବାଲେଶ୍ୱର ମାଝୀ, ପ୍ରତୀକ ପଟ୍ଟନାୟକ ପ୍ରମୁଖ ଏହି ଟୁର୍ନାମେଣ୍ଟ ର ଆୟୋଜନ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.