କୁଟରେଙ୍ଗାପଡ଼ାରେ ବାଘ ଆତଙ୍କ, ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା: ସଦର ବ୍ଳକ ଧରମବନ୍ଧା କୁଟରେଙ୍ଗାପଡ଼ାରେ ବାଘ ଆତଙ୍କ ଦେଖା ଦେଇଛି । ଗାଁ ନିକଟରେ ଏକ ଗାଈର ଶିକାର କରିଛି ବାଘ । ଆଜି ସକାଳ ୭ ଟାରେ ଧରମ ବନ୍ଧା ଓ ତୋର୍ରା ଗାଁ ମଧ୍ୟସ୍ଥ କୁଟରେଙ୍ଗାପଡ଼ାର ଅଗିନ ମାଝୀ ଗୁହାଳରୁ ଗାଇ ବାହାର କରି ଜଙ୍ଗଲ ପଟେ ଚରାଇ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡରେ ଏକ ବାଘ ହଠାତ ଚାଲି ଆସି ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଚିତ୍କାର କରିବାରୁ ବାଘ ଜଙ୍ଗଲ ପଟେ ଚାଲି ଯାଇଥିଲା । ତେବେ ଗାଈର ତଣ୍ଟିକୁ ଧରି ରକ୍ତ ଶୋଷି ଦେବାରୁ ଗାଈର ମୃତ୍ୟୁ ହୋଇଛି । ଏହି ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି । ଏବେ ଧରମବନ୍ଧା, ତୋର୍ରା ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଛି । ସ୍ଥାନୀୟ ଲୋକେ ମହାବଳ ବାଘ ବୋଲି କହୁଛନ୍ତି । ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ଅଂଚଳରେ ବାଘ ସଚେତନ କରୁଛନ୍ତି ।

Omkar Vasthu
Omkar Vasthu

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.