କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଏବଂ ଅଇଁଲାଯୋର ମା ଜଗତ ଜନନୀ ଠାକୁରାଣୀ ଯୁବକ ସଂଘ ମିଲିତ ସହଯୋଗରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଯୁବ ଦିବସ ଅବସରରେ ଅଇଁଲାଯୋର ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସ୍ୱେଚ୍ଛାସେବୀ ରୁଦ୍ର ମହାରଣା ଓ ମହେଶ୍ବର ସୁନାନୀ ଯୋଗଦେଇଥିଲେ । ଅତିଥି ଭାବେ ଶ୍ରି ବଚ୍ଛ ଗୋପାଳ ଉପସ୍ଥିତ ଥିବା ବେଳେ କ୍ଲବର ସଭାପତି ହେମାନନ୍ଦ ଗୋପାଳ, ସମ୍ପାଦକ ଗଜପତି ନାଗ, ଲୋକେଶ୍ୱର ଗୋପାଳ, ଏକଲବ୍ୟ ଗହୀର, ବିକାଶ ଗହୀର, ସଂଜୟ ଗୋପଲ, ପ୍ରଶାନ୍ତ ଗୋପାଳ, ଖିତିରାମ ନାଗ, ଆନନ୍ଦ ଗୋପାଳ, ନରୋତ୍ତମ ଗହୀର, ବରୁଣ ଭଏସାଲ, କୈଳାଶ ଭଏସାଲ, ମୁକୁନ୍ଦ ଭଏସାଲ, ବିଶ୍ଵାମିତ୍ର ନାଗ ପ୍ରମୁଖ ସାମିଲ ହୋଇଥିଲେ ।






