ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ଥୁଆପଦର ଗ୍ରାମପଞ୍ଚାୟତରେ ୧୪ତମ ଡଙ୍ଗରୀପଦର କ୍ରିକେଟ ଚାମ୍ପିଅନସିପ ୨୦୨୨ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଡଙ୍ଗରୀପଦର କ୍ରସର ଖେଳପଡିଆ ଠାରେ ଆୟୋଜିତ ଉକ୍ତ କ୍ରିକେଟ ମ୍ୟାଚରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ମେଦିନିପୁର ଓ ଡୁଙ୍ଗରିପଦର ମଧ୍ୟରେ ହୋଇଥିଲା । ପ୍ରଥମେ ଟସ ଜିତି ଡୁଙ୍ଗରିପଦର ଦଳ ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୦୯ ରନ ସଂଗ୍ରହ କରିଥିଲେ । ଦଳର ଆକାଶ ୧୬ ରନ କରିଥିଲେ । ପରେ ମେଦିନିପୁର ଦଳ ୧୨ ଓଭରରେ ୬ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରି ପରାସ୍ତ ହୋଇଥିଲେ ଓ ଡୁଙ୍ଗରିପଦର ଦଳ ୧ ରନ ବିଜୟ ହେଲେ । ବିଜୟୀ ଡୁଙ୍ଗରିପଦର ଦଳକୁ ୧୨୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିବା ବେଳେ ମେଦିନିପୁର ଦଳକୁ ୭୫୦୦ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ବେଣୁଧର ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭବାନୀପାଟଣା ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅରବିନ୍ଦ ସାହୁ, ପଞ୍ଚାୟତ ଯୁବ ବିଜେଡି ସଭାପତି ଶ୍ରୀକାନ୍ତ ବେନିଆ, ସରପଞ୍ଚ ପାର୍ଥି ଡକ୍ଟର ହରପାଳ, ଭବାନୀ ମଙ୍ଗରାଜ ଯୋଗଦେଇ ଖେଳାଳି ମାନଙ୍କୁ ଉସ୍ତାହିତ କରିଥିଲେ । ମ୍ୟାଚରେ ଖୁସି ଭୋଇ ଓ ଜିତେନ ଯାନୀ ଅମ୍ପେୟାର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଆକାଶ ହରପାଳ, ବିନୋଦ ହରପାଳ, ବବୁଲୁ ମହାନନ୍ଦ, ମହେନ୍ଦ୍ର ଯାନୀ, ଅଶ୍ୱିନ ଯାନୀ, ଯୋଶବନ୍ତ, ଚତୁର୍ଭୁଜ ନାଏକ, ପିଣ୍ଟୁ, ଗିରିଧର ଯାନୀ ସହଯୋଗ କରିଥିଲେ ।