ବର୍ଷିୟାନ୍ ସଂସ୍କୃତିବିତ୍ ବେଣୁଧର ଧଙ୍ଗଡ଼ାମାଝୀଙ୍କ ପରଲୋକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଦେବଗିରି ମଠ ଏଡଭାଇଜରି ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ବର୍ଷିୟାନ୍ ସଂସ୍କୃତିବିତ୍ ବେଣୁଧର ଧଙ୍ଗଡ଼ାମାଝୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ବୁଢ଼ୀପଦର ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ପୁଅ ବୋହୁ, ଝିଅ ଜ୍ବାଇଁ, ନାତି ନାତୁଣୀ, ପଣ ନାତି ନାତୁଣୀ ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ । ବେଣୁଧର ଧଙ୍ଗଡ଼ାମାଝୀ ଜୀବନର ପ୍ରାରମ୍ଭରୁ ଦେବଗିରି ମଠ ସହ ଜଡ଼ିତ ଥିଲେ । ସେ ଦୀର୍ଘ ବର୍ଷଧରି ଦେବଗିରି ମଠ ପରିଚାଳନା ସମିତି ସଭାପତି ଓ ପରେ ଏଡଭାଇଜରି ବୋର୍ଡର ଅଧ୍ୟକ୍ଷ ଭାବେ ନିଜ କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରିଥିଲେ । ଜଣେ ବହୁଶାସ୍ତ୍ରଦର୍ଶୀ, ସଂସ୍କୃତିବିତ୍, କଳାକାର, ଧର୍ମପରାୟଣ ତଥା ଉଦାରଚେତା ମଣିଷ ଭାବେ ସେ ଅଞ୍ଚଳରେ ସୁପରିଚିତ ଥିଲେ । ଆଜି ବୁଢ଼ୀପଦର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁତ୍ର ଅଶୋକ ଏବଂ ପୈ।ତ୍ର ସୁନୀଲ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.