କଳାହାଣ୍ଡି, (ନରୋତ୍ତମ ସେଲମା): ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଳର ଆଜି ଦ୍ୱିତୀୟ ଦିବସରେ କର୍ଲାମୁଣ୍ଡା ବ୍ଲକରେ ସର୍ବମୋଟ ୨୫ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୬୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର କିଣିଥିବା ବେଳେ ସେ ମଧ୍ୟରୁ ୧୭ଜଣ ଦାଖଲ କରିଛନ୍ତି । ସେହିପରି ସମିତିସଭ୍ୟ ପାଇଁ ୬ଜଣ ନାମାଙ୍କନ ପତ୍ର କିଣିଥିବା ବେଳେ ୬ ଜଣ ଦାଖଲ କରିଛନ୍ତି । ସେ ମଧ୍ୟରେ ସପଲହରା ପାଇଁ ଦୁଇ ଜଣ, ରିଷିଡା ପାଇଁ ଜଣେ, କର୍ଲାମୁଣ୍ଡା ପାଇଁ ଜଣେ, ରିଞ୍ଜା ଓ ଜୋରଡବରା ପାଇଁ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସରପଞ୍ଚ ପଦବୀ ପାଇଁ ଯୋରାଡବରାରୁ ଜଣେ ଓ ସାପଲହରାରେ ଜଣେ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି । ସରପଞ୍ଚ ପାଇଁ ତେର ଜଣ ନାମାଙ୍କନ ପତ୍ର କିଣିଥିଲେ । ମଙ୍ଗଳବାରକୁ ମିଶାଇ ସରପଞ୍ଚ ପାଇଁ ୩ଜଣ, ୱାର୍ଡମେମ୍ବର ପାଇଁ ୩୯ଜଣ ଓ ସମିତି ସଭ୍ୟ ପାଇଁ ୬ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।