ମାରାଥନ ପ୍ରଚାରରେ ମୋଟେର ସମିତି ସଭ୍ୟା ପ୍ରାର୍ଥୀନୀ ଅଶୋକା ନାଏକ

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗ୍ରାମପଞ୍ଚାୟତର ସର୍ବାଙ୍ଗୀନ ବିକାଶ ତଥା ମହିଳା ଓ ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଲକ୍ଷ୍ୟ ରଖିଥିବା ଶ୍ରୀମତୀ ଅଶୋକା ନାଏକ ଜନତାଙ୍କ ଆଶିଷ ଭିକ୍ଷା ପାଇଁ ମାରାଥନ ପ୍ରଚାରରେ ବାହାରିଛନ୍ତି । ସରକାରଙ୍କ କୋଭିଡ ଗାଇଡ଼ ଲାଇନ ପାଳନ କରି ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ପ୍ରଚାର ଜାରି ରଖିଛନ୍ତି । ସମାଜ ସଂସ୍କାର, ନାରୀଶିକ୍ଷା, ନାରୀ ଜାଗରଣ ପାଇଁ ସେ ଅଞ୍ଚଳରେ ସୁ ପରିଚିତ ଅଛନ୍ତି । ଜଣେ ଉଚ୍ଚ ଶିକ୍ଷିତା ନାରୀ ନେତ୍ରୀ ସମାଜସେବା ଓ ଉତ୍ତମ ଜନସମ୍ପର୍କ ତାଙ୍କ ଲଢେଇରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରନ୍ତି । ୨୦୧୭ ନିର୍ବାଚନରେ ମଧ୍ୟ ସମିତି ସଭ୍ୟା ଭାବରେ ବିଜୟୀ ହୋଇଥିଲେ । ଏସବୁ ଦୃଷ୍ଟିରୁ ବିଚାର କଲେ ଅଶୋକାଙ୍କ ଲୋକପ୍ରିୟତା ବଢୁଥିବା ଅନୁମେୟ ହେଉଛି । ଇତି ମଧ୍ୟରେ ସେ ମୋଟେର, କୁସୁମଖୁଣ୍ଟି, ବାଟିଗୁଡା ଗ୍ରାମର ଘରକୁ ଘର ଯାଇ ଭୋଟ ଭିକ୍ଷା ସହ ତାଙ୍କୁ “କେଟଲି” ଚିହ୍ନ ରେ ମୋହର ମାରି ଜୟଯୁକ୍ତ କରିବାକୁ ଭୋଟର୍ସ ମାନଙ୍କୁ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.