କୋକସରା, (ହିରଣ୍ୟ ବେହେରା): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡାମାନ୍ତ୍ରାଳୟ ଅଧିନ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଓ କଳ୍ପନା ସାଂସ୍କୃତିକ ଅନୁଷ୍ଠାନ ଛିଲିପାମାଲଙ୍କ ମିଳିତ ଉଦ୍ୟମରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଫୁଟବଳ, ଭଲିବଳ, ଲମ୍ବଡ଼ିଆଁ, ଉଚ୍ଚଡିଆଁ ଏବଂ ଦୌଡ଼ ପ୍ରତିଯୋଗିତା ହୋଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁରେଶ ନାଗ, ସମ୍ମାନୀତ ଅତିଥି ଭାବେ ଗଜାନନ ରାଉତ, ମୁଖ୍ୟବକ୍ତା ମନ କୁମାର ପୂଝାରୀ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଡହଗାଁ ଓ ଛିଲିପାମାଲ ମଧ୍ୟରେ ଫୁଟବଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଡହଗାଁ ଦଳ ୩-୦ ଗୋଲରେ ବିଜୟ ହାସଲ କରିଥିଲେ । କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ରାଷ୍ଟ୍ରୀୟ ସ୍ବେଛାସେବୀ ଚରଣ ସିଂ ବାଗ, ଜାତୀୟ ଯୁବ ବାହିନୀ ହରେକୃଷ୍ଣ ଘି, କ୍ରୀଡା ଶିକ୍ଷକ ଗଣପତି ପୂଝାରୀ, କଳ୍ପନା ସାଂସ୍କୃତିକ ଅନୁଷ୍ଠାନର ସଭାପତି ରାଧାକାନ୍ତ ହଂସ, ସମ୍ପାଦକ ବଳଦେବ ଭୋଇ, ପଙ୍କଜ ଠାକୁର, ମନ ଜାନୀ, କୁରୁକ୍ଷେତ୍ର, ମନୋଜ, ପିଣ୍ଟୁ ସମେତ ଅନୁଷ୍ଠାନର ଅନେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।