କଳାହାଣ୍ଡି, (ନିରଞ୍ଜନ ଗଉଡ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନର୍ଲା ବ୍ଲକରେ ରାଜନୀତି ସରଗରମ ଥିବାବେଳେ ନିର୍ବାଚନ ମୈଦାନରେ କଂଗ୍ରେସ, ବିଜେଡି ଓ ବିଜେପି ଜୋରସୋର ପ୍ରଚାର ଜାରି ରଖିଛନ୍ତି । ଆଜି ନର୍ଲା ଜୋନ-୩ ବିଜେପି ପାର୍ଥୀନୀ ପ୍ରଣତି ମହାନନ୍ଦଙ୍କ ପାଇଁ ନର୍ଲା ବ୍ଲକ ମାଣ୍ଡେଲ ପଂଚାୟତର ଅସୁରଗଡ଼ ଗ୍ରାମରେ ନିର୍ବାଚନ ପ୍ରଚାର କରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା । ଅସୁରଗଡରେ ଆୟୋଜିତ ନିର୍ବାଚନୀ ସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ବିଜେପି ନେତା ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକ, ବିଜେପି ମଣ୍ଡଳ ସଭାପତି ତଥା ମାଣ୍ଡେଲ ପଂଚାୟତ ସରପଞ୍ଚ ପ୍ରାର୍ଥୀ ପଦ୍ମଲୋଚନ ଜାଲ, ବରିଷ୍ଠ ବିଜେପି ନେତା ପର୍ଶୁରାମ ପଣ୍ଡା, ଯୁବକର୍ମୀ ଲକ୍ଷ୍ମଣ ଦୀପ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ମହାନନ୍ଦଙ୍କ ପାଇଁ ପ୍ରଚାର କରି ଥିଲେ । ଗତ ଥର ପରି ଏଥର ମଧ୍ୟ ନର୍ଲା ଜୋନ-୩ ଜିଲ୍ଲା ପରିଷଦ ଆସନ ବିଜେପି ହାତକୁ ଯିବ ବୋଲି ଆଶା ରଖିଛନ୍ତି ବିଜେପି ନେତୃବୃନ୍ଦ ।