ଶିର୍ଷରେ ସୀମନ୍ତିକାଙ୍କ ଲୋକପ୍ରିୟତା: ମାଣ୍ଡେଲ ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ କରୁଛନ୍ତି ପ୍ରତିଦ୍ବନ୍ଦିତା

କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ନର୍ଲାର ରାଜନୈତିକ ପାଣିପାଗ ଉଷ୍ଣ ରହିଛି । ଏଥରେ ନର୍ଲା ବ୍ଲକ ଅଧ୍ୟକ୍ଷା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବ୍ଲକ ଅଧ୍ୟକ୍ଷା ପଦବୀକୁ ନେଇ ଏବେଠାରୁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ଗତ ପଞ୍ଚାୟତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷା ଥିବା ମନୋରମା ମହାନ୍ତି ଏବଂ ଯୁବ ନେତା ମନ୍ମୟ ଚାନ୍ଦଙ୍କ ଧର୍ମପତ୍ନୀ ସୀମନ୍ତିକା ଚାନ୍ଦ ଏଥର ନର୍ଲା ବ୍ଲକ ଅଧ୍ୟକ୍ଷା ଆସନ ପାଇଁ ଦାବିଦାର ଥିବା ଚର୍ଚ୍ଚା ହେଉଛି । ସୀମନ୍ତିକା ମାଣ୍ଡେଲ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏକ ସଂସ୍କୃତି ସଂପନ୍ନ ମାଟି ଭାବେ ମାଣ୍ଡେଲ ପଞ୍ଚାୟତର ବିଶେଷ ସୁଖ୍ୟାତି ରହିଛି । ଏଥର ପ୍ରକୃତ ପ୍ରତିନିଧିଙ୍କୁ ଚୟନ କରିବା ପାଇଁ ସ୍ଥିର କରିଥିବା ମାଣ୍ଡେଲ ପଞ୍ଚାୟତର ୫ଟି ଗ୍ରାମବାସୀଙ୍କ ମତ ସୀମନ୍ତିକାଙ୍କ ପ୍ରତି ଢଳୁଥିବା ଦେଖାଯାଇଛି । ସେ ବ୍ଲକ ଅଧ୍ୟକ୍ଷ ଦୈ।ଡରେ ଥିବାରୁ ଏହି ପଞ୍ଚାୟତ ଉପରେ ବ୍ଲକବାସୀଙ୍କ ନଜର କେନ୍ଦ୍ରିତ ହୋଇଛି । ସୀମନ୍ତିକା ମାଣ୍ଡେଲ ଗ୍ରାମ ପଞ୍ଚାୟତର ଗାଁ କୁ ଗାଁ, ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ମାଣ୍ଡେଲ ଗାଁ ପ୍ରଚାର ସମୟରେ ପ୍ରତ୍ୟେକ ଘରେ ମହିଳାମାନେ ତାଙ୍କୁ ବନ୍ଦାପନା ସହ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ଦେଖାଯାଇଛି । ଏହାସହ ବ୍ଲକର ୨୬ଟି ପଞ୍ଚାୟତରେ ପ୍ରତିଦ୍ବନ୍ଦିତା କରୁଥିବା ଅନେକ ପ୍ରାର୍ଥୀ ସୀମନ୍ତିକାଙ୍କୁ ସମର୍ଥନ କରୁଥିବା ରାଜନୈତିକ ବିଶାରଦମାନେ ମତ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.