ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ନର୍ଲା ବ୍ଲକ ରାକ୍ସି ଗ୍ରାମପଞ୍ଚାୟତର ସରପଞ୍ଚ ଲଢେଇ ଜୋରଦାର ହୋଇଛି । ଏଥର ମାତ୍ର ୨ଜଣ ସରପଞ୍ଚ ପ୍ରାର୍ଥୀ ଏହି ଆସନ ପାଇଁ ଲଢୁଛନ୍ତି । ପୂର୍ବତନ ରାକ୍ସି ସରପଞ୍ଚ ବିଜୟ ଧଙ୍ଗଡାମାଝୀ ଏଥର ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ତାଙ୍କ ସହ ଲଢୁଛନ୍ତି ରାକ୍ସି ଗ୍ରାମର ଯୁବ ନେତୃତ୍ବ ଯେମନ୍ତ ପୋଢ । ନର୍ଲା ବ୍ଲକର ଅନ୍ୟ ପଞ୍ଚାୟତମାନଙ୍କରେ ଅଧିକ ସଂଖ୍ୟକ ପ୍ରାର୍ଥୀ ରହିଥିବାବେଳେ ରାକ୍ସି ପଞ୍ଚାୟତରେ ସିଧା ଦ୍ବିମୁଖି ପ୍ରତିଦ୍ବନ୍ଦିତା ହେଉଛି । ଏହାରି ଭିତରେ ବିଜୟ ଓ ଯେମନ୍ତ ନିଜ ନିଜ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ରାକ୍ସି ପଞ୍ଚାୟତରେ ମୋଟ ୧୧ଟି ଓ୍ବାର୍ଡ ଥିବାବେଳେ ଭୋଟର୍ସ ସଂଖ୍ୟା ୨୫୪୦ ରହିଛି । ଆସନ୍ତା ଫେବୃୟାରୀ ୧୮ ତାରିଖ ଦିନ ରାକ୍ସି ପଞ୍ଚାୟତର ଗୋଖରା, ବୁଢିପଦର, ରାକ୍ସି ଓ ଖାଇଚୁଆଁ ଗ୍ରାମବାସୀମାନେ ମତଦାନ ମାଧ୍ୟମରେ ଏହି ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।