ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ରିଷିଡା ସରପଞ୍ଚ ପ୍ରାର୍ଥୀନୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ପୂଣ୍ୟପ୍ରଭା ରଣାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ସେ ନିଜ ସମର୍ଥକଙ୍କ ସହ ଗାଁ ଗାଁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ପଞ୍ଚାୟତବାସୀ ମଧ୍ୟ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ଦେଖାଯାଇଛି । ରିଷିଡା ପଞ୍ଚାୟତର ମହିଳା, ଯୁବ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ପ୍ରୀୟପାତ୍ର ପାଲଟି ଥିବା ପୂଣ୍ୟପ୍ରଭାଙ୍କ ପଟକୁ ଜନମତ ଢଳୁଥିବା ଦେଖାଯାଇଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଏକ ଗୁରୁତ୍ବପୂର୍ଣ୍ଣ ଗ୍ରାମପଞ୍ଚାୟତ ହେଉଛି ରିଷିଡା । ଚଳିତ ନିର୍ବାଚନରେ ରିଷିଡା ସରପଞ୍ଚ ପ୍ରାର୍ଥୀ ଭାବେ ୬ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । ସରପଞ୍ଚ ଆସନ ଅସଂରକ୍ଷିତ ଥିବା ବେଳେ ତିନି ମହିଳା ପ୍ରାର୍ଥୀ ପୂଣ୍ୟପ୍ରଭା ରଣା, ସେବତୀ ରଣା ଓ ସୁଶାନ୍ତି ରଣାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦୀତା ହେଉଛି । ତେବେ ପୂଣ୍ୟପ୍ରଭା ରଣା ସମସ୍ତଙ୍କ ଠାରୁ ଆଗରେ ଅଛନ୍ତି ଓ ତାଙ୍କ ବ୍ୟକ୍ତିତ୍ୱ ପ୍ରତି ଭୋଟର ଆକୃଷ୍ଟ ହେଉଥିବା ଲକ୍ଷ୍ୟ କରାଯାଉଛି । ପୂଣ୍ୟପ୍ରଭା ବିଜୟୀ ହେଲେ ରିଷିଡା ଗ୍ରାମପଞ୍ଚାୟତର ସର୍ବବିଧ ଉର୍ନ୍ନତି ଓ ବିକାଶ ହେବ ବୋଲି ମତ ପ୍ରକାଶ ପାଉଛି ।